ନଦୀରେ ମିଳିଲା ବାପା – ଝିଅଙ୍କ ଶବ ! ଗୋଟିଏ ସାର୍ଟ ଭିତରେ ବାପା – ଝିଅ ଗୁଡାଇ ଥିବା ଫଟୋ ହେଲା ଭାଇରାଲ୍ , ଆମେରିକାରେ ପ୍ରବେଶ ପାଇଁ କରୁଥିଲେ ପ୍ରୟାସ

1,391

ସାଲବାଡୋର୍ ରୁ ଦୌଡି ରିସ୍କ ନେଇ ମ୍ୟାକ୍ସିକୋରୁ ଆମେରିକା ପଶିବା ପାଇଁ ଚେଷ୍ଟା କରୁଥିଲେ । ରମାୟରେଜ୍ ନିଜ ଝିଅକୁ ପିଠି ଉପରେ ଲଦି ନଦୀ ପାର୍ କରୁଥିଲେ । ନଦୀ ପାର୍ ହେଉଥିବା ସମୟରେ ଝିଅକୁ ସୁରକ୍ଷିତ ରଖିବା ପାଇଁ ରମାୟରେଜ୍ ଝିଅକୁ ନିଜ ଟି-ସାର୍ଟରେ ଭିତରେ ରଖି ପାର୍ ହେଉଥିଲେ । କିନ୍ତୁ ନଦୀର ଦ୍ରୁତ ସ୍ରୋତରେ ଦୁହେଁ ବୋହି ଯାଇଥିଲେ ଏବଂ ବୁଡି ଯାଇଥିଲେ । ପତ୍ନୀ ନିଜକୁ ବଚାଂଇବାରେ ସଫଳ ହୋଇଥିଲେ ହେଁ ବାପା,ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁହିଁଙ୍କ ଶବ ସୋମବାର ମ୍ୟାକ୍ସିକୋ ଟମୋଲିପାସ୍ ରାଜ୍ୟର ମାଟାମୋରସ୍ ରୁ ମିଳିଥିଲା । ବାପା, ଝିଅର ଶବ ପାଣି ଭିତରେ ମୁହଁ ମାଡି ତଳେ ପଡିଥିବା ଦେଖା ଦେଇଥିଲା । ଫଟୋଟି ସାମ୍ନାକୁ ଆସିବା ପରେ ଆଲ୍ ସାଲବାଡୋର୍ ଏବଂ ମ୍ୟାକ୍ସିକୋରେ ଖୁବ୍ ଆକ୍ରୋଶ ଦେଖିବାକୁ ମିଳିଥିଲା । ଶରଣାର୍ଥୀଙ୍କ ଖରାପ ବ୍ୟବହାରକୁ ନେଇ ସେଠାକାର ସରକାର କଡା ଆଲୋଚନା କରିଛନ୍ତି ।

ଗତବର୍ଷ ଡିସେମ୍ବରରେ ରାଷ୍ଟ୍ରପତି ପଦ ସମ୍ଭାଳିବା ଥିବା ଅନ୍ଦ୍ରେସ୍ ମାନ୍ୟୁଆଲ୍ ଲୋପେଜ୍ ଓବ୍ରାଦୋର୍ ରେ ଶରଣାର୍ଥୀଙ୍କ ଅଧିକାରୀକୁ ରକ୍ଷା କରିବା ପାଇଁ ପ୍ରଣ ନେଇଛି । କିନ୍ତୁ ତାଙ୍କୁ ସେତେବେଳେ କଡା ଆଲୋଚନାର ଶିକାର ହେବାକୁ ପଡିଥିଲା ରିୟୋ ଗ୍ରେନେଡରେ ଦୁଇ ମହିଳା ଏବଂ ଜଣେ ଝିଅକୁ ବଳପୂର୍ବକ ଥାନାରେ ନେଇ ରାଷ୍ଟ୍ରୀୟ ସୁରକ୍ଷା ବଳ ଏକ ଫଟୋ ଦେଇଥିଲେ । ଛାତି ଥରାଇଲା ଭଳି ବାପା-ଝିଅଙ୍କ ଫଟୋକୁ ନେଇ ସାଲବାଡୋର୍ ର ବିଦେଶ ମନ୍ତ୍ରୀ ଆଲେକଜାଣ୍ଡାର ହିଲ୍ କହିଥିଲେ , ଆମ ଦେଶ ପୁଣିଥରେ ଶୋକର ସାଗରରେ ବୁଡିଯାଇଛି । ମୁଁ ସମସ୍ତ ପରିବାର ତଥା ଅଭିଭାବକଙ୍କୁ ପ୍ରାର୍ଥନା କରୁଛି ଏଭଳି ପଦକ୍ଷେପ ନିଅନ୍ତୁ ନାହିଁ ତଥା ଜୀବନକୁ ବାଜି ଲଗାନ୍ତୁ ନାହିଁ ।