ଟିସି ନେବାକୁ ପୁଣି ମହାଲିଙ୍ଗ କଲେଜରେ ଛାତ୍ରଛାତ୍ରୀଙ୍କ ଭିଡ : ଭବିଷ୍ୟତ ନଷ୍ଟ ହୋଇଯିବା ଭୟରେ କଲେଜ ଛାଡ଼ିବାକୁ ନିଷ୍ପତ୍ତି

ସେପଟେ ଆଜିଠୁ ମହାଲିଙ୍ଗ ସନସାଇନ କଲେଜରେ ଆରମ୍ଭ ହୋଇଛି ପାଠପଢ଼ା

190

କନକ ବ୍ୟୁରୋ : ମହାଲିଙ୍ଗ ସନସାଇନ୍ କଲେଜୋ ଟିସି ନେବାକୁ ଭିଡ । କଲେଜ ବଦନାମ ହୋଇଯିବା ପରେ ଟିସି ନେବାକୁ ଛାତ୍ରଛାତ୍ରୀମାନେ କଲେଜରେ ଭିଡ ଲଗାଇଛନ୍ତି । ଏଠାରେ ପାଠ ପଢ଼ିଲେ ତାଙ୍କ ପିଲାଙ୍କ ଭବିଷ୍ୟତ ଖରାପ ହୋଇଯିବ  । ଭବିଷ୍ୟତ ଅନ୍ଧର ହୋଇଯିବ । ଏଠାରୁ ଟିସି ନେଇ ଅଲଗା କଲେଜରେ ଆଡମିସନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ପଦକ୍ଷେପ ନେବା ଆଗରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭିଭାବକମାନେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ ସନସାଇନ୍ କଲେଜରେ ଆରମ୍ଭ ହେଲା ପାଠ ପଢା । ଯୁକ୍ତ ଦୁଇ ପିଲା କଲେଜ ଯାଇ କ୍ଲାସ କରୁଛନ୍ତି । ଆଜି ସକାଳୁ କଲେଜରେ ପାଠ ପଢା ଆରମ୍ଭ ହୋଇଛି । ସେପଟେ କଲେଜର ପରିଚାଳନା କମିଟି ଭାଙ୍ଗିଛି । ଗତକାଲି ପରିଚାଳନା କମିଟିକୁ ଭାଙ୍ଗି ଦିଆଯାଇଛି । ନୂଆ ପରିଚାଳନା କମିଟି ଗଠନ ନେଇ ଆସନ୍ତାକାଲି କଲେଜର କର୍ମଚାରୀମାନେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପିଲାମାନଙ୍କ ଭବିଷ୍ୟତ ଯେପରି ନଷ୍ଟ ନହୁଏ, ସେଥିପାଇଁ କଲେଜକୁ ବନ୍ଦ ନକରିବାକୁ ଦାବି କରିଛନ୍ତି କଲେଜ କର୍ମଚାରୀ । କଲେଜ ବନ୍ଦ ହେଲେ ୨ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ ।

ଏହା ସହ କଲେଜରେ ଥିବା ୬୦ରୁ ଅଧିକ କର୍ମଚାରୀ ସେମାନଙ୍କ ରୋଜଗାର ହରାଇବେ  । ତେଣୁ କଲେଜ ବନ୍ଦ ନକରିବାକୁ ରାଜ୍ୟ ସରକାରଙ୍କୁ ଦାବି ଜଣାଇବେ ବୋଲି କହିଛନ୍ତି ସନ୍ସାଇନ୍ କଲେଜର କର୍ମଚାରୀ । ମମିତା ହତ୍ୟା ମାମଲାରେ ଗୋବିନ୍ଦ ସାହୁ ଗିରଫ ହେବା ପରେ କିଛି ଅଭିଭାବକ ଓ ଛାତ୍ରଛାତ୍ରୀ ଟିସି ନେବା ପାଇଁ କଲେଜରେ ପହଂଚିଥିଲେ । ସନ୍ସାଇନ୍ କଲେଜ ବଦନାମ ହୋଇଯିବା ପରେ କଲେଜ ଛାଡ଼ି ଦେବାକୁ ଚାହିଁଥିଲେ ଛାତ୍ରଛାତ୍ରୀ  । ଅଭିଭାବକମାନେ କହିଥିଲେ ଏଠାରେ ପାଠ ପଢ଼ିଲେ ତାଙ୍କ ପିଲାଙ୍କ ଭବିଷ୍ୟତ ଖରାପ ହୋଇଯିବ  ।