ନେତାଜୀ ଜୟନ୍ତୀରେ ମମତାଙ୍କ ଶକ୍ତି ପ୍ରଦର୍ଶନ । ୯ କିଲୋମିଟର ବ୍ୟାପୀ ପଦଯାତ୍ରା ଆରମ୍ଭ । ଦେଶନାୟକ ଦିବସ ପାଳୁଛି ପଶ୍ଚିମବଙ୍ଗ

143

କନକ ବ୍ୟୁରୋ: ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗରେ ଶକ୍ତି ପ୍ରଦର୍ଶନ କଲେ ମମତା । ଦୀର୍ଘ ୯ କିଲୋମିଟର ବ୍ୟାପୀ ଆରମ୍ଭ କଲେ ପଦଯାତ୍ରା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବା ସହିତ ଶ୍ୟାମ ବଜାରରୁ ରେଡ୍ ରୋଡ୍ ପର୍ଯ୍ୟନ୍ତ ରୋଡ୍ ସୋ ଆରମ୍ଭ କରିଛନ୍ତି । ଏହି ରୋଡ୍ ସୋରେ ତମାମ ଟିଏମସି ନେତାଙ୍କ ସହିତ ହଜାର ହଜାର ଜନସାଧାରଣ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ନେତାଜୀ ଜୟନ୍ତୀକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ଜୋର୍ ଧରିଛି । କେନ୍ଦ୍ର ସରକାର ଏହି ଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାବେଳେ ପଶ୍ଚିମବଙ୍ଗର ମମତା ସରକାର ଏହାକୁ ଗ୍ରହଣ କରିନି । ପଶ୍ଚିମବଙ୍ଗରେ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରାଯାଉଛି । ଅନ୍ୟପଟେ ପୂରା ଏକ ବର୍ଷ ଧରିି ପଶ୍ଚିମବଙ୍ଗରେ ଏହି ଉତ୍ସବ ପାଳନ ହେବ ବୋଲି ମମତା ଘୋଷଣା କରିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପଶ୍ଚିମବଙ୍ଗ ଯାଇ ସେଠାରେ ନେତାଜୀ ଜୟନ୍ତୀ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେବେ । ସନ୍ଧ୍ୟା ସାଢେ ୬ଟା ବେଳକୁ ଏହି ଉତ୍ସବ ହେବ ।