ନେତାଜୀ ଜୟନ୍ତୀରେ ଉଦବୋଧନ ଦେବାକୁ ମନା କରିଦେଲେ ମମତା ବାନାର୍ଜୀ । ଲୋକେ ଜୟ ଶ୍ରୀ ରାମ ନାରା ଦେବାରୁ ରାଗିଗଲେ ମମତା । କହିଲେ କାହାର ଅପମାନ କରିବା ଠିକ୍ ନୁହେଁ

395

କନକ ବ୍ୟୁରୋ : ନେତାଜୀ ଜୟନ୍ତୀରେ ଉଦବୋଧନ ଦେବାକୁ ମନା କଲେ ମମତା । ଶନିବାର କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ଉଦବୋଧନ ଦେବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଉପସ୍ଥିତ ଥିଲେ ।

ମମତା ବାନାର୍ଜୀ ମଞ୍ଚ ଉପରକୁ ଉଠିବା ମାତ୍ରେ ସେଠାରେ ଉପସ୍ଥିତ ଜନତା ଜୟ ଶ୍ରୀ ରାମର ନାରା ଦେଇଥିଲେ । ଯେଉଁଥିରେ ଖପ୍ପା ହୋଇ ମମତା ନିଜେ ଉଦବୋଧନ ଦେବାକୁ ମନା କରିଦେଇଛନ୍ତି । ଏଥିସହ ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ । କାହାକୁ ଏପରି ଅପମାନ କରିବା ଠିକ୍ ନୁହେଁ ବୋଲି ମମତା କହିଛନ୍ତି ।

ନେତାଜୀ ଜୟନ୍ତୀଙ୍କୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ଜୋର ଧରିଛି । କେନ୍ଦ୍ର ସରକାର ଏହି ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାବେଳେ ମମତା କିନ୍ତୁ ଏହାର ବିପରୀତ କରିଛନ୍ତି । ପଶ୍ଚିମବଙ୍ଗରେ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରାଯାଇଛି । ଏହାବାଦ୍ ମମତା ଆଜି ଦୀର୍ଘ ୯ କିଲୋମିଟର ଧରି ଏକ ପଦଯାତ୍ରା ମଧ୍ୟ କରିଛନ୍ତି । ଏଥିରେ ଟିଏମସିର ତମାମ ନେତାଙ୍କ ସହିତ ହଜାର ହଜାର ଲୋକ ସାମିଲ ଥିଲେ ।