କଂଗ୍ରେସ ପଛକୁ ହଟିଲା, ପ୍ରଧାନମନ୍ତ୍ରୀ ପଦ ପାଇଁ ଟିଏମସି ମମତାଙ୍କ ନାଁ ଆଗକୁ ବଢାଇଲା । 

କଂଗ୍ରେସ ପଛକୁ ହଟିଲା, ପ୍ରଧାନମନ୍ତ୍ରୀ ପଦ ପାଇଁ ଟିଏମସି ମମତାଙ୍କ ନାଁ ଆଗକୁ ବଢାଇଲା । 

କନକ ବ୍ୟୁରୋ : ବିରୋଧୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ ବୋଲି ଦଳର ସଭାପତି ମଲ୍ଲିକାର୍ଜୁନେ ଖଡଗେ କହିବା ପରେ ଏହି ରେସରେ ଏଣ୍ଟ୍ରି ମାରିଛି ଟିଏମସି । ଦଳର ସାଂସଦ ଶତାବ୍ଦୀ ରାୟ କହିଛନ୍ତି, ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଦୌଡରେ ନାହିଁ ତେବେ ମମତା ବାର୍ନାଜୀ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ହେବା ଉଚିତ୍ ।

ଶତାବ୍ଦୀ କହିଛନ୍ତି, ଆମେ ଚାହୁଁଛୁ ଆମ ନେତା ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚନ୍ତୁ । ଏଥିପାଇଁ ଆମର ଆଗାମୀ ପଦକ୍ଷେପ କିଛି ଭିନ୍ନ ହେବାକୁ ଯାଉଛି । ସ୍ୱପ୍ନ ଦେଖିବା ଓ ବଡ ଇଚ୍ଛା ରଖିବାରେ କୌଣସି ସମସ୍ୟା ନାହିଁ । ଏହାପୂର୍ବରୁ କଂଗ୍ରେସ ସଭାପତି ବିରୋଧୀ ଦଳ ବୈଠକରେ କହିଥିଲେ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ନୁହେଁ । ଆମେ ଜାଣିଛୁ ସମସ୍ତ ଦଳ ମଧ୍ୟରେ ମତଭେଦ ରହିଛି । କିନ୍ତୁ ଏହା ଏତେ ବଡ ପ୍ରସଙ୍ଗ ନୁହେଁ  ଯେ ଯାହାକୁ ଏଡାଇ ଯାଇ ହେବନି । ସାଧାରଣ ଲୋକଙ୍କ ପାଇଁ, ମହଙ୍ଗା ମାଡରେ ହନ୍ତସନ୍ତ ହେଉଥିବା ମଧ୍ୟବିତ୍ତଙ୍କ ପାଇଁ, ବେକାରୀ ସମସ୍ୟାରେ ଯୁଝି ହେଉଥିବା ଯୁବକ ମାନଙ୍କ ପାଇଁ, ଗରିବଙ୍କ ପାଇଁ ଏଭଳି ମତଭେଦକୁ ପଛରେ ଛାଡିପାରିବୁ ।

ବେଙ୍ଗାଲୁରରେ ହୋଇଥିବା ବୈଠକରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସଭାପତି ଲାଲୁ ଯାଦବ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିବା ସହ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଘେରିଥିଲେ । ଲାଲୁ କହିଥିଲେ, ଯେତେବେଳେ ବିରୋଧୀ ଦଳ ମଧ୍ୟରେ ଏକତା ଆଣିବାକୁ ପ୍ରୟାସ କରାଯାଉଛି ସେତେବେଳେ ଅଧୀର ରଞ୍ଜନ ଚୌଧୁରୀ କାହିଁକି ମମତାଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ଏଭଳି ପ୍ରସଙ୍ଗ ଉଭୟ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଉଠାଇଥିଲେ ଲାଲୁ ଯାଦବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe