ବିଏସଏଫ ଯବାନଙ୍କୁ ପଶ୍ଚିମବଙ୍ଗ ମନା, ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଲେ ମମତା ବାନାର୍ଜୀ

411

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ବିଏସଏଫ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ମମତା ବାନାର୍ଜୀ କୋଚବିହାର ଜିଲ୍ଲାର ପୋଲିସ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ବିଏସଏଫ ଯବାନଙ୍କୁ ଜିଲ୍ଲାର ୫୦ କିଲୋମିଟର ସୀମା ପୂର୍ବରୁ ଯେଭଳି ପ୍ରବେଶ କରିବାକୁ ଦିଆ ନଯାଏ । ସେ ଅଭିଯୋଗ କରିଛନ୍ତି କି ବିଏସଏଫ ଯବାନମାନେ ଗାଁରେ ପ୍ରବେଶ କରି ବିନା କାରଣରେ ଲୋକମାନଙ୍କୁ ମାରଧର କରୁଛନ୍ତି । ଏନେଇ ସେମାନଙ୍କୁ ଅନୁମତି ନଦେବାକୁ ସେ ପୋଲିସ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ମମତା ବାନାର୍ଜୀ କହିଛନ୍ତି ପଶୁ ଚୋରାଚାଲାଣ ନାମରେ ବିଏସଏଫ ଯବାନମାନେ ଲୋକଙ୍କୁ ଗୁଳିକରି ହତ୍ୟା କରିଦେଉଛନ୍ତି । ଏହାସହ ହତ୍ୟା କରିବା ପରେ ରାଜ୍ୟର ସୀମା ବାହାରେ ମୃତଦେହକୁ ଫିଙ୍ଗି ଦିଆଯାଉଛି । ସେ ରେଳବିଭାଗର କେନ୍ଦ୍ରୀୟମନ୍ତ୍ରୀ ଥିବା ବେଳେ ଏଭଳି ଅନେକ ଘଟଣା ଦେଖିଥିବା କଥା କହିଛନ୍ତି । କହିରଖୁ କି ରାଜ୍ୟ ବୋର୍ଡର ୫୦ କିଲୋମିଟର ପରିଧୀ ବୃଦ୍ଧି କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ମମତା ବାନାର୍ଜୀ ଘୋର ବିରୋଧ କରିଥିଲେ ।

ଏହା ପୂର୍ବରୁ ବିଏସଏଫର ପ୍ରବେଶ ସୀମା ବୃଦ୍ଧି ନେଇ ମମତା ବାନାର୍ଜୀ ଅନେକଥର ବିରୋଧ କରିଛନ୍ତି । କିଛିଦିନ ତଳେ ରାଜ୍ୟ ପ୍ରଶାସନିକ ବୈଠକରେ ମମତା ବାନାର୍ଜୀ କହିଥିଲେ କି ବିଏସଏଫ ଯବାନଙ୍କ ଗତିବିଧି ଉପରେ ରାଜ୍ୟ ପୋଲିସ ତୀକ୍ଷ୍ଣ ନଜର ରଖିବା ଦରକାର । ଏହାସହ ବିଏସଏଫ ଯବାନମାନେ ସେମାନଙ୍କ ଅଧିକାରୀ କ୍ଷେତ୍ର ବାହାରେ ପ୍ରବେଶ କରି ଯେଭଳି କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତାହା ଉପରେ ରାଜ୍ୟ ପୋଲିସ ନଜର ରଖୁ ।