ଶେଷ ହେଲା ଅପେକ୍ଷା । ଅବସ୍ଥା ସୁଧୁରିବା ପରେ କୋଲକାତାର ଏସଏସକେଏମ୍ ଡାକ୍ତରଖାନାରୁ ବାହାରିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 

280

କନକ ବ୍ୟୁରୋ: ଡାକ୍ତରଖାନାରୁ ସୁସ୍ଥ ହୋଇ ଡିସଚାର୍ଜଡ୍ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଡାକ୍ତରୀ ଟିମ୍ ତାଙ୍କର ଅବସ୍ଥା ଯାଂଚ କରିବା ପରେ ହୁଇଲ ଚେୟାରରେ ତାଙ୍କୁ ଡିସଚାର୍ଜ କରିବାକୁ ଅନୁମତି ଦେଇଛନ୍ତି । ମମତାଙ୍କୁ ଏକ ହୁଇଲ ଚେୟାରରେ ବସାଇ ଡାକ୍ତରଖାନାରୁ ଅଣାଯାଇଛି ।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଗତ ବୁଧବାର ଦିନ ନାମାଙ୍କନ କରି ଫେରିବା ସମୟରେ ବୁରୁଲିଆରେ ତାଙ୍କ ଗୋଡରେ ଜୋରଦାର ଆଘାତ ଲାଗିଥିଲା । ମମତା ଅଭିଯୋଗ ଆଣିଥିଲେ ତାଙ୍କ ଉପରେ ବିଜେପି କର୍ମୀ ଆକ୍ରମଣ କରିଥିଲେ । ଏହାକୁ ନେଇ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି । ଏହାରି ଭିତରେ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ଦଳ ।

ଆସନ୍ତା ୧୪ ତାରିଖରେ ଟିଏମସି ଜାରି କରିବ ନିର୍ବାଚନ ଇସ୍ତାହାର । ଏହା ଆଗରୁ ଆଜି ମମତା ଡାକ୍ତରଖାନାରୁ ବାହାରିବା , ଦଳୀୟ ସମର୍ଥକ ଓ କର୍ମୀଙ୍କୁ ନିଶ୍ଚୟ ବଳ ଯୋଗାଇବ । ମମତା ଏବେ ଡାକ୍ତରଖାନାରୁ ମୁକ୍ତ ହୋଇଥିଲେ ମଧ୍ୟ ସାଧାରଣ ଭାବେ ଚଳପ୍ରଚଳ କରିବାକୁ ଡାକ୍ତରମନା କରିଛନ୍ତି । ଦିଦିଙ୍କ ବାମ ଗୋଡରେ ଆଘାତ ଲାଗିଥିବାରୁ ଏହାର ପଟି କରାଯାଇଛି ।