ମାଓବାଦୀଙ୍କୁ ପାଠ ପଢ଼ାଇଲେ ମାଲକାନଗିରି ଏସପି ! ଇଗ୍ନୋ ପାଠ୍ୟକ୍ରମ ଜରିଆରେ ସ୍ନାତକ ପରୀକ୍ଷା ପାଇଁ ପ୍ରସ୍ତୁତିରେ କଲେ ସହାୟତା

33

କନକ ବ୍ୟୁରୋ : ମାଓବାଦୀଙ୍କୁ ପାଠ ପଢ଼ାଇଲେ ପୋଲସ୍ ଏସପି । ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ପାଠ ପଢାଇଛନ୍ତି ମାଲକାନଗିରିର ଯୁବ ଏସ.ପି ଜଗମୋହନ ମିନା । ଆତ୍ମସମର୍ପଣକାରୀ ମାଓବାଦୀ ଓ ଦୁର୍ଗମ ଅଂଚଳର ଯୁବକ ଯୁବତୀଙ୍କୁ ଇଗ୍ନୋ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରୀ ଲାଗି ମାଲକାନଗିରି ପୋଲିସ ପ୍ରୋତ୍ସାହନ ଯୋଗାଉଛି । ଗତ ଦୁଇ ବର୍ଷରେ ମାଲକାନଗିରି ଜିଲ୍ଲାର ଅନେକ କ୍ୟାଡର ମାଓବାଦୀ, ମିଲିସିଆ ଓ ସମର୍ଥକ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରି ଥିବା ବେଳେ ଏମାନଙ୍କୁ ସ୍ନାତକ ପରୀକ୍ଷା ଲାଗି ପ୍ରସ୍ତୁତ କରୁଛି ପୋଲିସ ।

୬ ମାସର ଏକ ବିଶେଷ ବ୍ୟାଚେଲର୍ସ ପ୍ରିପାରେଟରି ପ୍ରୋଗ୍ରାମରେ ଉତ୍ତୀର୍ଣ୍ଣ ହବା ପରେ ଏମାନେ ସିଧା ସଳଖ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ । ପ୍ରଥମ ପର୍ଯ୍ୟାୟରେ ଆତ୍ମସମର୍ପଣ କରିଥିବା ୬ ମହିଳା କ୍ୟାଡରଙ୍କ ସମେତ ୧୮ ଜଣ ହାର୍ଡକୋର ମାଓବାଦୀ ଓ ଦୁର୍ଗମ ଇଲାକାର ୯୭ ଜଣଙ୍କୁ ନେଇ ମୋଟ ୧୯୬ ଜଣ ପରିକ୍ଷାର୍ଥୀ କଳାରେ ସ୍ନାତକ ଲାଗି ନାମ ଲେଖାଇଛନ୍ତି । ରବିବାର ଠାରୁ ପାଠପଢା ଆରମ୍ଭ ହୋଇଥିବା ବେଳେ ମାଲକାନଗିରି ଏସ.ପି ଗତକାଲି ପ୍ରଥମ ଦିନରେ ପିଲାଙ୍କୁ ପାଠ ପଢାଇଛନ୍ତି ଆବଶ୍ୟକ ସ୍ଥଳେ ପ୍ରତି ଶନିବାର ଓ ରବିବାର ଦିନ ମାଲକାନଗିରି ଏସ.ପି ଖୋଦ ଏମାନଙ୍କୁ ପାଠ ପଢାଇବେ ବୋଲି କହିଛନ୍ତି ସେ ପାଠ ପଢାଇବା ଜାରି ରଖିବେ ବୋଲି କହିଛନ୍ତି ଏସ.ପି ଜଗମୋହନ ମିନା ।