ମାଲକାନଗିରି ସୀମାନ୍ତ ଦାନ୍ତେୱାଡା ଜିଲ୍ଳାରେ ୨ଟି ବାରୁଦ ସୁଡଙ୍ଗ ଠାବ : ଛତିଶଗଡ ପୁଲିସର ସର୍ଚ୍ଚ ଅପରେସନ

27

କନକ ବ୍ୟୁରୋ : ମାଲକାନଗିରି ସୀମାନ୍ତ ଦାନ୍ତେୱାଡା ଜିଲ୍ଳାରେ ୨ଟି ବାରୁଦ ସୁଡଙ୍ଗ ଠାବ କଲା ଛତିଶଗଡ ପୁଲିସ । ଦାନ୍ତେୱାରଡା ଜିଲ୍ଳା ଆରନପୁର ଜଗରଗଣ୍ଡା ମୁଖ୍ୟ ରାସ୍ତାରେ ଏହି ସୁଡଙ୍ଗ ଠାବ ହୋଇଛି । ଗତ ୨ ଦଶନ୍ଧି ଧରି ଏହି ଆରନପୁର ଅଂଚଳ ମାଓବାଦୀଙ୍କ ଚରାଭୂଇଁ ପାଲଟିଥିଲା ।

ବର୍ତମାନ ସେହି ଅଂଚଳରେ ନୂତନ କରି ରାସ୍ତା ନିର୍ମାଣ କରାଯାଉଛି । ସେହି ବାଟ ଦେଇ ଏକ ମାଲବୋଝେଇ ଯାଉଥିବା ବେଳେ ରାସ୍ତା ଧସିପଡିବାରୁ ବାରୁଦ ସୁଡଙ୍ଗ ଠାବ ହୋଇଥିଲା । ସର୍ଚ୍ଚ ପରେ ଛତିଶଗଡ ପୁଲିସ ଆହୁରି ଗୋଟିଏ ବାରୁଦ ସୁଡଙ୍ଗ ଠାବ କରିଛି । ମାଓ ବାଦୀ ମାନେ ଏହି ସବୁ ବାରୁଦ ସୁଡଙ୍ଗରେ ଲ୍ୟାଣ୍ଡମାଇନ ଲଗାଇ ଯବାନମାନଙ୍କୁ ଅତି ସହଜରେ ଟାର୍ଗେଟ କରିଥାନ୍ତିି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –