କୈଫିୟତ ମାଗିଲେ କମିଶନ୍ ! ମାଲକାନଗିରିରୁ ଖାଲି ହେବାକୁ ବସିଛି କଅଁଳା ପିଲାଙ୍କ ସଂଖ୍ୟା

26

vlcsnap-2016-10-04-20h14m59s066ମାଲକାନଗିରି : ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ସମୀକ୍ଷା କରୁଥିଲେ । ଏପଟେ ଜଣେ ପରେ ଜଣେ କଅଁଳା ପିଲା ଆଖି ବୁଜୁଥିଲେ ।  ଏ ଦୁଇଟି ଚିତ୍ର ବୟାନ୍ କରୁଥିଲା ଯେମିତି ଫାଇଲିନ୍ ଭଳି ମହାବତ୍ୟାକୁ ମାତ୍ ଦେଇଥିବା ରାଜ୍ୟ ସରକାର ମହାମାରୀ ଆଗରେ ମୁଣ୍ଡ ନୁଆଁଇ ସାରିଥିଲେ । କାରଣ ୨୬ଦିନରେ ଆଜିକୁ ମିଶାଇ ୩୦ ପିଲା ପ୍ରାଣ ହରାଇ ସାରିଲେଣି । ଜିଲ୍ଲାରେ କଅଁଳା ପିଲାଙ୍କ ମୃତ୍ୟୁକୁ ରୋକିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଥିବା ବେଳେ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ପେଶାଲ୍ ଆକ୍ସନ୍ ପ୍ଲାନ୍ ।

ସମୀକ୍ଷାର ଦ୍ୱିତୀୟ ଦିନରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲାର ସମସ୍ତ ବ୍ଲକର ଲୋକ ପ୍ରତିନିଧି, ଜିଲ୍ଲା, ବ୍ଲକ୍ ଓ ପଂଚାୟତସ୍ତରୀୟ ଅଧିକାରୀଙ୍କୁ ଡାକି ଆଲୋଚନା କରିଥିଲେ। ଏଣିକି ପ୍ରତି ବ୍ଲକରେ ରହିବ ଗାଡି। ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତୁରନ୍ତ ଅଣାଯିବ । ସେପଟେ ମେଡିକାଲରେ ଜାପାନୀଜ୍ ଏନସେଫାଲାଇଟିସ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କରାଯାଇଥିବା ସ୍ୱତନ୍ତ୍ର ୱାର୍ଡରେ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ଆସନ୍ତାମାସ ସୁଦ୍ଧା ଜିଲ୍ଲାରେ ଭେକସିନ୍ ଆସି ପହଂଚିବ ବୋଲି ଆଜି ସ୍ୱାସ୍ଥ୍ୟ ବିଭାଗ ପ୍ରତିଶ୍ରୁତି ଦେଇଛି ।

ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ , ବର୍ତ୍ତମାନ ୬ଟି ବ୍ଲକ୍ ଶତାଧିକ ଗାଁରେ ଶହଶହ ପିଲା ଜାପାନୀଜ୍ ଏନସେଫାଲାଇଟିସରେ ଆକ୍ରାନ୍ତ ହୋଇଛନ୍ତି । ହୁଏତ ଲକ୍ଷଣ ଜଣା ପଡିବା ପରେ ସେମାନେ ଆସିବେ ମେଡିକାଲକୁ । ଆଉ ସେତେବେଳେକୁ ମୃତ୍ୟୁ ଯେମିତି ଅପେକ୍ଷା କରି ରହିଥିବ ମେଡିକାଲ୍ ଦୁଆର ଆଗରେ । ଯାହାକୁ ନେଇ ଆତଙ୍କିତ ଜିଲ୍ଲାବାସୀ।