ମାଲକାନଗିରିରେ ଜଙ୍ଗଲ ବାବୁଙ୍କ କଳାକାରନାମା : ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ ହେଲେ ଫରେଷ୍ଟର ମୁରଲିଧର ଅନୁଗୁଳିଆ

899

କନକ ବ୍ୟୁରୋ : ଲଭ୍, ସେକ୍ସ ଆଉ ଧୋକା । ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ଫରେଷ୍ଟର । ଏଭଳି ସଙ୍ଗିନ୍ ଅଭିଯୋଗ ଆସିଛି ମାଲକାନଗିରି ଫରେଷ୍ଟର ମୁରଲିଧର ଅନୁଗୁଳିଆଙ୍କ ନାଁରେ । ତେବେ ଫରେଷ୍ଟର ଜଣଙ୍କ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭଯୋଗ ହୋଇଛି ।

ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗଙ୍କ କହିବା ଅନୁଯାୟୀ, ଓର୍କେଲ ଥାନା ଅଂଚଳରେ ଜଣେ ଜନୈକା ଯୁବତୀଙ୍କ ସହ ବନପାଳ ମୁରଲୀଙ୍କର ପରିଚୟ ହୋଇଥିଲା। ଏପ୍ରିଲ ମାସ ୫ ତାରିଖ ଦିନ ଯୁବତୀ ଜଣକ ବନପାଳ ମୁରଲୀଙ୍କ ବାସଭବନକୁ ବୁଲିବାକୁ ଯାଇଥିଲେ । ବନପାଳ ସେହି ଦିନ ରାତିରେ ଯୁବତୀଙ୍କ ଅନିଛା ସତ୍ତ୍ୱେ ତାକୁ ଦୁଷ୍କର୍ମ କରିଥିଲେ। ପରେ ପୀଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ । ଏହି ବିଷୟରେ କାହାକୁ ନଜଣାଇବା ପାଇଁ ବନପାଳ ଯୁବତୀଙ୍କୁ କହିଥିଲେ । ପରେ ଏହି ଘଟଣା ପଦାକୁ ଆସିବା ସହ ଦୁଇ ପରିବାର ମଧ୍ୟ ଏ ସଂପର୍କ ବିଷୟରେ ଜାଣିବାକୁ ପାଇଲେ। ଉଭୟ ପରିବାର ମିଶି ଦୁହିଁଙ୍କୁ ବିବାହ କରାଇବା ପାଇଁ ମନସ୍ଥ କରିଥିଲେ । ପରେ ପୁଣି ଗତ ଏପ୍ରିଲ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ବନପାଳ ମୁରଲୀ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଆସୁଥିଲେ । ଏହା ପରେ ବନପାଳ ଯୁବତୀଙ୍କୁ ବୁଝାସୁଝା କରି ତାଂକ ଘରକୁ ପଠାଇ ଦେଇଥିଲେ ।

କିଛି ଦିନ ଯିବା ପରେ ଯୁବତୀଙ୍କ ପରିବାର ଲୋକେ ବିବାହ ପାଇଁ କହିବା ଆରମ୍ଭ କରିବାରୁ ଯୁବତୀ ବନପାଳ ମୁରଲୀକୁ ବିବାହ ପାଇଁ ବାଧ୍ୟ କରିଥିଲା । ତେବେ ମୁରଲୀ ବିବାହ କରିବାକୁ ସଂପୂର୍ଣ୍ଣ ମନା କରିଦେଇଥିଲା । ଏପରିକି ଯୁବତୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ କରାଯାଇଛି । ବିବାହ କରିବାକୁ ମନା କରିବା ପରେ ଯୁବତୀ ଜଣକ ଏସଡିଜେଏମ କୋର୍ଟରେ ଏତଲା ଦାୟର କରିଥିଲେ । ଏସଡିଜେଏମଙ୍କ ନିର୍ଦେଶକ୍ରମେ ମାଲକାନଗିରି ପୁଲିସ କେଶ ନମ୍ବର ୨୪୪ରେ ରୁଜୁ କରି ବନପାଳ ମୁରଲୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ଦୁଇ ମାସ ପୂର୍ବେ ଫରେଷ୍ଟର ମୁରଲିଧର ଅନୁଗୁଳିଆ ଲୁଚାଛପାରେ ଅନ୍ୟ ଜଣେ ଯୁବତୀଙ୍କୁ କୋରାପୁଟ ଠାରେ କୋର୍ଟ ମ୍ୟାରେଜ କରିଛନ୍ତି ।