ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଗୀତ ଗାଇଲେ ମାଲକାନଗିରି ଡିଏଫଓ ପ୍ରତୀପ ମିରାସେ । ପଥପ୍ରାନ୍ତ ନାଟକ କରି କରାଉଛନ୍ତି ସଚେତନ ।

94

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଅଂଚଳରେ ଏବେ ଜଙ୍ଗଲ ଜଳୁଛି । ଏହାରି ଭିତରେ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଓଡ଼ିଆରେ ଗୀତ ଗାଇ ଲୋକଙ୍କୁ ସଚେତନ କରାଉଛନ୍ତି ମାଲକାନଗିରିର ଯୁବ ଡିଏଫଓ ପ୍ରତୀପ ମିରାସେ । ଯାହା ଏବେ ଚର୍ଚ୍ଚାର କାରଣ ପାଲଟିଛି । ଏହି ଅଣ ଓଡିଆ ଅଧିକାରୀ ଜଣକ ଗୀତଟିକୁ ନିଜେ ସଂଯୋଜନା କରି ଏହାକୁ ଗାଁ ଗାଁରେ ପଥପ୍ରାନ୍ତ ନାଟକ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ଏହାସହ ଲୋକଙ୍କୁ ଶପଥ ପାଠ କରାଇ ଧରା ପୃଷ୍ଟକୁ ନିଆଁରୁ ରକ୍ଷା କରିବା ଲାଗି ଆହ୍ୱାନ ଦେଉଛନ୍ତି ଡିଏଫଓ ପ୍ରଦୀପ ମିରାସେ । ଗତ ୨୦୧୯ ମସିହାରେ ମାଲକାନଗିରି ଜିଲ୍ଲାରେ ଜଂଗଲରେ ନିଆଁ ଲାଗିବାର ୨୧୫୨ ଟି ମାମଲା ରୁଜୁ ହୋଇଥିବା ବେଳେ, ୨୦୨୦ ମସିହାରେ ୧୧୬୦ ଓ ଚଳିତ ବର୍ଷ ଏ ଯାଏଁ ମାତ୍ର ୨୮୮ ଟି ମାମଲା ସାମନାକୁ ଆସିଥିବା ନେଇ ବନ ବିଭାଗ ସଜାଗ ରହିଥିବା କହିଛନ୍ତି ମଲାକାନଗିରି ଡିଏଫଓ ପ୍ରତୀପ ମିରାସେ ।