ମାଲକାନାଗିରିରେ ପାରମ୍ପାରିକ ଚଡକ ପୂଜା : ମାନସିକ ରଖି ଖଣ୍ଡାରେ ଚାଲିଲେ. ପିଠିରେ କଂଟା ଫୋଡିଲେ ବ୍ରତଧାରୀ

ଦେହକୁ କଷ୍ଟ ଦେଲେ ମହାଦେବ ସନ୍ତୁଷ୍ଟ ହୁଅନ୍ତି ବୋଲି ରହିଛି ବିଶ୍ୱାସ

129

କନକ ବ୍ୟୁରୋ : ମହାପ୍ରଭୁ ଶିବଙ୍କୁ ପ୍ରସନ୍ନ କରିବା ଲାଗି ଭକ୍ତଙ୍କ ନିଆରା ଉଦ୍ୟମ । କିଏ ଧାରୁଆ ଖଣ୍ଡା ଉପରେ ବୁହା ହେଲେ, ତେ ଆଉ କିଏ ଝିଭରେ ଲୁହା କଂଟା ଫୋଡିଲେ । ଏଥିସହ ଲୁହା କଂଟାରେ ଝୁଲିଲେ କୁନି ଭକ୍ତ । ଆଉ ଅନେକ ଭକ୍ତ ଉଚ୍ଚ ସ୍ଥାନରୁ ଲମ୍ଫ ମାରି ଶିବଙ୍କ ଆରାଧନା କରିଛନ୍ତି ।

ଏହି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ଚୈତ୍ର ମାସ ଆରମ୍ଭରୁ ଗାଁ ଗାଁରେ ପୁଜକ ମାନେ ବୁଲି ବୁଲି ପୁଜାର୍ଚନା କରନ୍ତି । ମାସ ଶେଷ ବେଳକୁ ଗାଁରେ ଜମେ ଚଡକ ପୁଜାର ଆସର । ମାଲକାନଗିରି ଜିଲ୍ଲାର ବିଭିନ୍ନ ଗାଁରେ ଏପରି ଚଡକ ପୁଜାର ଆୟୋଜନ କରା ଯାଇଥିବା ବେଳେ ଏ ଚିତ୍ର ଦୋରିଗୁଡା ୧ ନମ୍ବର ଓ ଏମପିଭି ୧୦ ଗାଁରୁ ଆସିଛି । ବିଶେଷ କରି କୁନି କୁନି ଭକ୍ତମାନଙ୍କୁ ଖଣ୍ଡାରେ ବୁଲା ଯାଉଥିବା ବେଳେ ଲୁହା କଂଟାରେ ଝୁଲୁଥିବା ଚିତ୍ର ଦେଖିବାକୁ ମିଳିଛି ।

ଭକ୍ତମାନେ ମାନସିକ ପୁରଣ ପାଇଁ ଶିବଙ୍କୁ ପ୍ରସନ୍ନ କରିବା ଲାଗି ବର୍ଷକୁ ଥରେ ଏପରି ଆୟୋଜନ କରା ଯାଇଥାଏ । ଆଉ କୋରନା କାଳରେ ଗାଁ ଗାଁରେ ହଜାର ହଜର ଭକ୍ତଙ୍କ ସମାଗମ ହେଉଥିବା ବେଳେ ନା ଥିଲା ସାମାଜିକ ଦୁରତା, ନା କାହାରି ମୁହଁରେ ମାସ୍କ ।