ମାଲକାନଗିରିରେ ପୋଷ୍ଟ ଅଫିସରେ ୯୩ ଲକ୍ଷ ଟଙ୍କାର ହଡପ୍ ଘଟଣା : ନିଲମ୍ୱିତ ପୋଷ୍ଟମାଷ୍ଟରଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା କଲା ସିବିଆଇ

ମାଲକାନଗିରିରେ ସିବିଆଇ ଟିମର ଛାନଭିନ୍

83

କନକ ବ୍ୟୁରୋ : ମାଲକାନଗିରି ପୋଷ୍ଟାଲ ଦୁର୍ନୀତି ମାମଲାରେ ସିବିଆଇର ଏଂଟ୍ରି । ଲଛିପେଟାସ୍ଥିତ ପୋଷ୍ଟ ଅଫିସରେ ପ୍ରାୟ ୯୩ ଲକ୍ଷ ଟଙ୍କା ହଡପ ନେଇ ମାମଲା କରିଛି ସିବିଆଇ । ଏପରିକି ଲଛି ପେଟା ପୋଷ୍ଟ ଅଫିସରେ ଚଢଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟର ଏକ ଟିମ୍ । ନିଲମ୍ବିତ ସବ ପୋଷ୍ଟମାଷ୍ଟର ବିଶ୍ୱନାଥ ପୋଡିଆମିଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

୨୦୧୯ ଅଗଷ୍ଟ ୨୯ ତାରିଖରୁ ୨୦୨୦ ଡିସେମ୍ବର ୩୧ ତାରିଖ ଭିତରେ ଏହି ଦୁର୍ନୀତି ହୋଇଥିବା ଜଣାପଡିଛି । ପୋଷ୍ଟ ଅଫିସର କ୍ଲୋଜିଂ ବାଲାନ୍ସ ଯାଂଚ ବେଳେ ମୋଟ୍ ଅର୍ଥ ୯୪ ଲକ୍ଷ ୨ ହଜାର ୨୪୭ ଟଙ୍କା ରହିବା କଥା । ହେଲେ ଏଥିରେ ୮୨ ହଜାର ୬୮୧ ଟଙ୍କା ଥିଲା । ୯୩ ଲକ୍ଷ ୧୯ ହଜାର ୫୯୩ ଟଙ୍କା କମ୍ ଥିଲା । ଖୋଳତାଡ ପରେ ଏହି ଟଙ୍କା ସବ ପୋଷ୍ଟମାଷ୍ଟର ବିଶ୍ୱନାଥ ପୋଡିଆମିଙ୍କ ସମେତ ଅନ୍ୟ ୨ ଜଣଙ୍କ ଖାତାକୁ ଯାଇଥିବା ଜଣାପଡିଥିଲା ।