ସପିଂ ମଲରେ ଭୟଙ୍କର ନିଆଁ: ନିୟନ୍ତ୍ରଣ ପାଇଁ ଦମକଳ ବାହିନୀର ଉଦ୍ୟମ ଜାରି; କାରଣ ଅସ୍ପଷ୍ଟ

867

କନକ ବ୍ୟୁରୋ: ମୁମ୍ୱାଇରେ ମଲରେ ଭୟଙ୍କର ଅଗ୍ନିକାଣ୍ଡ । ନାଗପଡା ଅଂଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଗତକାଲି ରାତିରୁ ମଲ୍ ରେ ନିଆଁ ଲାଗିବା ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ଡ ସୂଚନା ପାଇ ଦମକଳ ବାହିନୀ ପହଁଚି ନିଆଁ ଲିଭାଇବା ଉଦ୍ୟମ ଜାରି ରଖିଛି । ମହାରାଷ୍ଟ୍ରରେ ଏହି ଅଗ୍ନିକାଣ୍ଡକୁ କାଟାଗୋରୀ ୫ ବୋଲି କୁହାଯାଇଛି । ମଲ୍ ର ଉଚ୍ଚ ଅଟାଳିକାରେ ନିଆଁ ଲାଗିଥିବାରୁ ନିଆଁ ଲିଭାଇବା କାମରେ ଦମକଳ ବାହିନୀକୁ ନାକେଦମ୍ ହେବାକୁ ପଡିଛି । ୮ଟି ଦମକଳ ଗାଡି ନିଆଁ ଲିଭାଇବା କାମରେ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।