ନୟାଗଡ଼ ପିଡବ୍ଲ୍ୟୁଡ଼ି ଲେନରେ ଏସଟିଏଫ ଚଢ଼ାଉ : ବହୁ ପରିମାଣର ବ୍ରାଉନସୁଗାର, ପିସ୍ତଲ ଓ ନଗଦ ଟଙ୍କା ଜବତ, ଜଣେ ଗିରଫ

73

କନକ ବ୍ୟୁରୋ : ନୟାଗଡ ପିଡବ୍ଲ୍ୟୁଡ଼ି ଲେନରେ ଏସଟିଏଫର ଚଢାଉ ଘଟଣା । ଏହି ଘଟଣାରେ କେ. ଭିକି ରାଓ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଦାସ ଫେରାର ଅଛି । ୩ କେଜି ୧୦୦ ଗ୍ରାମର ବ୍ରାଉନସୁଗାର, ୩ଟି ୭ ଏମ୍ଏମ୍ ପିସ୍ତଲ, ୪୩ଟି ଅଫୁଟା ଗୁଳି, ନଗଦ ୬୫ ଲକ୍ଷ ଟଙ୍କା, ଟଙ୍କା ଗଣିବା ମେସିନ୍, ୩ଟି ମୋବାଇଲ, ଗୋଟିଏ ଟ୍ୟାବ, ଆଧାରକାର୍ଡ଼, ଏଟିଏମ କାର୍ଡ଼, ପ୍ୟାନ କାର୍ଡ଼ ଜବତ ହୋଇଛି ।

ନୟାଗଡ ସହର ପିଡବ୍ଲ୍ୟୁଡି ଲେନରେ ଭଡାରେ ରହୁଥିବା ଜଣେ ଯୁବକଙ୍କ ଘରୁ ଏସବୁ ଜବତ କରିଛି ଏସଟିଏଫ । ଏହା ସହ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଂଚ ଏଡିଜି କହିଛନ୍ତି ଯେ ରାଜ୍ୟରେ ନିଶା କାରବାରର ମୂଳୋତ୍ପାଟନ ପାଇଁ ୨୦୨୦ରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଗତ ୨ବର୍ଷ ଭିତରେ ୪୭ କେଜି ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଏ ଅବଧି ଭିତରେ ନିଶା କାରବାରରେ ସଂପୃକ୍ତ ୧୨୨ଜଣଙ୍କୁ ଗିରଫ କଲାଣି ଏସଟିଏଫ ।