ଉତ୍ତରାଖଣ୍ଡରେ ବଡ ଧରଣର ବସ ଦୁର୍ଘଟଣା: ଘାଟିକୁ ଖସିଗଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍

177

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ବଡ ଧରଣର ବସ ଦୁର୍ଘଟଣା ଘଟିଛି । ୪୫ରୁ ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଘାଟିକୁ ଖସିଯାଇଛି । ପୌଡି ଜିଲ୍ଲାରେ ଏଭଳି ଏକ ଅଘଟଣ ଘଟିଛି । ଏଯାଏଁ ମୃତାହତ ନେଇ କୌଣସି ସୂଚନା ମିଳିନି । ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି । ସେପଟେ ଘାଇର ଗଭୀରତା ଅଧିକ ହୋଇଥିବାରୁ ଉଦ୍ଧାର କାମରେ ବିଳମ୍ବ ହେଉଛି । ରାତି ଯୋଗୁଁ ଯାତ୍ରୀଙ୍କ ସହ ଯୋଗାଯୋଗ ମଧ୍ୟ ହୋଇପାରୁନି ।

ସୂଚନାଅନୁସାରେ ବସଟି ଦରିଦ୍ୱାର ଜିଲ୍ଲାର ଲାଲଗଡରୁ ପୌଡିର ବିରୋଖାଲ ଗାଁକୁ ଯାଉଥିଲା । ବସଟି ବରଯାତ୍ରୀଙ୍କୁ ନେଇ ଯାଉଥିବା ସୂଚନା ମିଳିଛି । ରାସ୍ତାରେ ବସ ଅଚାନକ ଭାରସାମ୍ୟ ହରାଇ ଘାଇକୁ ଖସିଯାଇଥିଲା । ଫଳରେ ଏତେ ବଡ ଅଘଟଣ ଘଟିଯାଇଛି ।