ହୁଣ୍ଡିରେ ପଡିଲା ଅଚଳ ନୋଟ : ମଝି ଘରିଆଣୀ ମନ୍ଦିରକୁ ପୁରୁଣା ୫୦୦ ଓ ହଜାର ଟଙ୍କିଆ ନୋଟରେ ଦାନ

27

କନକ ବ୍ୟୁରୋ: ଅଚଳ ନୋଟ୍ ଦାନ କରି ପୂଣ୍ୟ ଅର୍ଜନର ପ୍ରୟାସ କରିଛନ୍ତି ଶ୍ରଦ୍ଧାଳୁ । ରାୟଗଡ଼ାର ଇଷ୍ଟଦେବୀ ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି ଖୋଲା ହେବା ପରେ ଆସିଛି ଏକ ଚାଚଂଲ୍ୟକର ଖବର । ନୋଟ୍ ବନ୍ଦୀକୁ ଗୋଟିଏ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାଏଁ ବାହାରିବାରେ ଲାଗିଛି ଅଚଳ ନୋଟ୍ । ଅର୍ଥାତ୍ ପୁରୁଣା ୫ଶହ ଏବଂ ହଜାରେ ଟଙ୍କିଆ ନୋଟ୍ ବାହାରିଛି ଠାକୁରାଣୀ ମନ୍ଦିରରୁ ।

ରାୟଗଡାର ମା ମଝିଘରିାଣୀ ମନ୍ଦିରର ହୁଣ୍ଡି ଆଜି ଖୋଲାଯାଇଥିବା ବେଳେ ସେଥିରୁ ପୁଳା ପୁଳା ଅଚଳ ନୋଟ ବାହାରିଛି । ଏଯାଏ ୫ ଲକ୍ଷ ଟଙ୍କାର ଅଚଳ ନୋଟ ବାହାରିଥିବା ବେଳେ ୧୦ ଲକ୍ଷରୁ ଅଧିକ ଟଙ୍କାର ଅଚଳ ନୋଟ ବାହାରିବା ଅନୁମାନ କରାଯାଇଛି । ଚଳିତ ବର୍ଷ ତୃତୀୟ ଥର ପାଇଁ ମାଙ୍କ ହୁଣ୍ଡି ଖୋଲାଯାଇଛି । ଶେଷ ଥର ମନ୍ଦିର ହୁଣ୍ଡିରୁ ୫୧ ଲକ୍ଷ ଚଳନ୍ତି ଓ ୧୧ ଲକ୍ଷ ୨୭ ହଜାର ପୁରୁଣା ନୋଟ ବାହାରିଥିଲା । ଟଙ୍କା ଗଣା ନେଇ ସିସିଟିଭିର ବ୍ୟବସ୍ଥା କରାଯିବା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।