କନକ ବ୍ୟୁରୋ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଘଟଣାର ଦୁଇ ମାସ ପରେ ଅଭିଯୁକ୍ତ ଖୁୟରୁମ୍ ହେରାଦାସଙ୍କୁ ଗିରଫ କରିଛି ପୋଲିସ । ଭିଡିଓ ଭାଇରାଲ ପରେ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ନିମୟ ପାଳନ କରିବାକୁ କୁହାଯାଇଛି । ସେପଟେ ଘଟଣା ନେଇ ଆରମ୍ଭ ହୋଇଛି ରାଜନୀତି । ମଣିପୁରକୁ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପଠାଇବା ପାଇଁ ଦାବି କରିଛନ୍ତି ବିରୋଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ମଣିପୁରରେ ମାନବିକତା ମରିଯାଇଛି । ସଂସଦରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଖଡ୍ଗେ । ବିରୋଧୀଙ୍କ ତୀବ୍ର ନିନ୍ଦା ପରେ ରାଜ୍ୟ ସରକାର କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ୨ କୁକି ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ ମୈତେୟୀ ସମ୍ପ୍ରଦାୟ । ଗତ ମେ’ ୪ ତାରିଖରେ ରାଜଧାନୀ ଇମ୍ଫାଲଠାରୁ ୩୫ କିଲୋମିଟର ଦୂର କାଙ୍ଗପୋକପି ଜିଲ୍ଲାରେ ଏହି ଘଟଣା ଘଟିଥିଲା ।

Advertisment