ବିନା ଡ୍ରାଇଭରରେ ଗଡିବ ଏହି ଇଲେକ୍ଟ୍ରିକ ଟ୍ରକ୍, ସିଙ୍ଗଲ ଚାର୍ଜରେ ଦେବ ଏତେ ମାଇଲେଜ

181

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ଇନ୍ଧନର ଦାମ ବଢୁଥିବାରୁ ବିଦ୍ୟୁତ୍ ଚାଳିତ ଯାନର ଚାହିଦା ବଢିବାରେ ଲାଗିଛି । ଏହି କ୍ରମରେ ଆଜି ଦିଲ୍ଲୀ ସରକାର ରାଜ୍ୟରେ ୧୦୦ ଇଲେକ୍ଟ୍ରିକ ବସ ଚଳାଇବାକୁ ଯୋଜନା କରୁଥିବା ବେଳେ ଆନନ୍ଦ ମହିନ୍ଦ୍ରାଙ୍କ ମହିନ୍ଦ୍ରା ଗ୍ରୁପ ଖୁବଶୀଘ୍ର ବଜାରକୁ ଇଲେକ୍ଟ୍ରି ଚାଳିତ ଟ୍ରକ ପ୍ରବେଶ କରାଇବାକୁ ଯାଉଛି ।

ଏହି ଟ୍ରକକୁ କମ୍ପାନୀ ତରଫରୁ ଏଭଳି ଡିଜାଇନ କରାଯାଇଛି କି ଏହା ବିନା ଚାଳକରେ ଚାଲିପାରିବ । ଏହାସହ ଏହି ଟ୍ରକଟି ସିଙ୍ଗଲ ଚାର୍ଜରେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି । ନିର୍ମାଣ ହେବାକୁ ଯାଉଥିବା ଏହି ବିଦ୍ୟୁତ୍ ଚାଳିତ ଟ୍ରକଟି ଦେଖିବାକୁ ଠିକ୍ ବୁଲେଟ୍ ଟ୍ରେନ ଭଳି । ମହିନ୍ଦ୍ରା ଗ୍ରୁପ ବାଇଡୁ ର ସବସିଡାରୀ ଡିପୱେ ସହ ମିଳିତ ଭାବେ ଏହି ଟ୍ରକର ଡିଜାଇନ କରିଛି । ଏହି ଟ୍ରକରେ ୪୫ କିଲୋୱାଟର ବ୍ୟାଟେରୀ ଲଗାଯାଇଛି । ଏହି ବ୍ୟାଟେରୀକୁ ଗୋଟିଏଥର ଚାର୍ଜ କଲେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । କେବଳ ସେତିକି ନୁହେଁ ଏହି ଟ୍ରକ ଗୋଟିଏ ଥରରେ ୪୯ ଟନ୍ ପର୍ଯ୍ୟନ୍ତ ମାଲ ପରିବହନ କରିପାରିବାର କ୍ଷମତା ରଖିଛି ।

କହିରଖୁ କି ଏବେ ଏବେ ମହିନ୍ଦ୍ରା ଗ୍ରୁପ ଇଲେକ୍ଟ୍ରିକ୍ କାର ବ୍ୟତୀତ ବାଇକ୍, ସୁପର କାର ଓ ଅନ୍ୟ ସ୍ୱଂୟ ଚାଳିତ ଯାନ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେଇଛି ।