ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ ! ନିଜେ ଗାଡି ଚଳାଇ ହୃଦଘାତ ରୋଗୀଙ୍କୁ ପହଞ୍ଚାଇଲେ ହସ୍ପିଟାଲ ।

28

ମହାରାଷ୍ଟ୍ରରେ ଜଣେ ଟ୍ରାଫିକ୍ ପୁଲିସ କନେଷ୍ଟବଳ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଥାଣେ ଜିଲ୍ଲାରେ ଥିବା ଖରିଗାଓଁ ଟୋଲ ବୁଥ୍ ପାଖରେ ଜଣେ ଯୁବକ କାର୍ରେ ନିଜ ବୃଦ୍ଧ ବାପାଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ହୃଦ୍ଘାତର ଶିକାର ହୋଇଥିଲେ । ଏ ଖବର କାର୍ୟ୍ୟରେ ଥିବା ଟ୍ରାଫିକ୍ କନେଷ୍ଟବଳଙ୍କୁ ମିଳିବା ପରେ ସେ ତୁରନ୍ତ ଗାଡ଼ି ପାଖକୁ ଯାଇ ଯୁବକଙ୍କୁ ଗାଡ଼ି ପଛରେ ବସାଇବା ସହ ନିଜେ ଗାଡ଼ି ଚଳାଇ ଡ଼ାକ୍ତରଖାନାରେ ନେଇ ପହଞ୍ଚାଥିଲେ । ଠିକ୍ ସମୟରେ ଡ଼ାକ୍ତରଖାନାରେ ପହଞ୍ଚିବାରୁ ଯୁବକଙ୍କ ଜୀବନ ବଞ୍ଚାଯାଇ ପାରିଲା ବୋଲି କହିଛନ୍ତି ଡ଼ାକ୍ତର । ତେବେ କନେଷ୍ଟବଳଙ୍କ ଏହି କାମ ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି ।

ସୂଚନା ମୁତାବକ,ନିଖିଲ ତାମବୋଲେ ନାମକ ଜଣେ ଯୁବକ କାର୍ ଯୋଗେ ନିଜ ବୃଦ୍ଧ ବାପାଙ୍କୁ ନେଇ ପାଡ଼୍ଘାରୁ ଥାଣେ ଆଡ଼କୁ ଯାଉଥିଲେ । ମଧ୍ୟାହ୍ନ ୧୨.୩୦ ସମୟରେ ଯେତେବେଳେ ତାଙ୍କ ଗାଡ଼ି ଖରିଗାଓଁ ଟୋଲ ବୁଥ୍ ପାଖରେ ପହଞ୍ଚିଥିଲା, ସେତେବେଳେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା । ଯେତେବେଳେ ଟ୍ରାଫିକ୍ ପୁଲିସ କନେଷ୍ଟବଳ ପଣ୍ଠାରିନାଥ ମୁଣ୍ଡେଙ୍କୁ ଏ ବିଷୟରେ ସୂଚନା ମିଳିଲା ସେ ଗୋଟେ ସେକେଣ୍ଡ ମଧ୍ୟ ବିଳମ୍ବ ନ କରି ସେଠାରେ ପହଞ୍ଚିବା ସହ ନିଖିଲଙ୍କୁ ଥାଣେରେ ଥିବା ଜୁପିଟର ଡ଼ାକ୍ତରଖାନାରେ ନେଇ ପହଞ୍ଚିଥିଲେ । ଏବେ ନିଖିଲଙ୍କ ଅବସ୍ଥା ସ୍ଥିର ଥିବା ସହ ତାଙ୍କର ଚିକିତ୍ସା ଚାଲୁ ରହିଥିବା ଜଣା ପଡ଼ିଛି ।