କନକ ବ୍ୟୁରୋ : ଗୋଟିଏ ପିଲାକୁ ନେଇ ସ୍କୁଲ ଚାଲୁଥିବା କଥା କେବେ ଦେଖିଛନ୍ତି କି? ଏପରି ଏକ ସ୍କୁଲ ରହିଛି ଯେଉଁ ସ୍କୁଲ ଜଣେ ଛାତ୍ରକୁ ନେଇ ଚାଲିଛି । ଆଉ ସେହି ଛାତ୍ରକୁ ଜଣେ ଶିକ୍ଷକ ଆସି ପାଠ ପଢାନ୍ତି । ଏପରି ଏକ ସ୍କୁଲ ରହିଛି ମହାରାଷ୍ଟ୍ରର ୱାସିମ୍ ଜିଲ୍ଲାର ଗଣେଷପୁରରେ ।

Advertisment

ଯେଉଁଠି ସରକାରୀ ସ୍କୁଲକୁ ଛାଡି ଛାତ୍ରଛାତ୍ରୀ ବେସରକାରୀ ସ୍କୁଲ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ସେହି ସ୍ଥାନରେ କାର୍ତ୍ତିକ୍ ନାମକ ଛାତ୍ର ପ୍ରତିଦିନ ଠିକ୍ ସମୟରେ ସ୍କୁଲ ଆସିବା ସହ ଜୀବନରେ କିଛି କରି ଦେଖାଇବାକୁ ଇଚ୍ଛା ପ୍ରକାଶ କରିଛି ।

ୱାସିମ୍ ଜିଲ୍ଲାରରେ ସବୁଠୁ ଛୋଟ ଗାଁ ଗଣେଶ ପୁର ରହିଛି । ଏହି ଗାଁରେ ମାତ୍ର ୧୫୦ରୁ ୨୦୦ ଲୋକ ବାସ କରନ୍ତୁ । ଏହି ଗାଁର ଜିଲ୍ଲା ପରିଷଦ ପ୍ରାଥମିକ ବିଦ୍ୟାଳୟର ଚର୍ଚ୍ଚା ଏବେ ଚାରିଆଡେ ହେଉଛି । ସ୍କୁଲରେ ପ୍ରଥମ ଶ୍ରେଣୀରୁ ୪ର୍ଥ ଶ୍ରେଣୀ ଯାଏଁ ପାଠ ପଢା ହୋଇଥାଏ । କିନ୍ତୁ ସ୍କୁଲକୁ ମାତ୍ର ଜଣେ ଛାତ୍ର ପାଠ ପଢିବାକୁ ଆସୁଛି । ଏହି ବିଦ୍ୟାର୍ଥୀଙ୍କୁ ପଢାଇବା ପାଇଁ ଜଣେ ମାତ୍ର ଶିକ୍ଷକ ରହିଛନ୍ତି । ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢୁନଥିବାରୁ ମାତ୍ର ଜଣେ ଛାତ୍ର ପଢିବାକୁ ଆସୁଥିବାରୁ ଏଠାରେ ଜଣେ ଶିକ୍ଷକଙ୍କୁ ପୋଷ୍ଟିଂ କରାଯାଇଛି । ଜଣେ ଛାତ୍ରକୁ ପଢାଇବା ପାଇଁ ଶିକ୍ଷକ ୧୨କିମି ଦୁରରୁ ଆସିଥାନ୍ତି । ପ୍ରତିଟି ସ୍କୁଲରେ ଯେପରି ପ୍ରଥମରୁ ପ୍ରାର୍ଥନା ବୋଲାଯାଇଥାଏ ଏହି ସ୍କୁଲରେ ବି ଠିକ୍ ପ୍ରତିଦିନ ଛାତ୍ର ଏବଂ ଶିକ୍ଷକ ମିଶି ପ୍ରାର୍ଥନା କରିଥାନ୍ତି । ପରେ କାର୍ତ୍ତିକଙ୍କୁ ଶିକ୍ଷକ ପାଠ ପଢାଇଥାନ୍ତି ।

ଏନେଇ ଶିକ୍ଷକ କିଶୋର ମାନକର କୁହନ୍ତି, କାର୍ତ୍ତିକ୍ ଏକୁଟିଆ ହେଲେ ବି ମୁଁ ତାଙ୍କୁ ଠିକ୍ ଭାବେ ପାଠ ପଢାଇଥାଏ । ମତେ କାର୍ତ୍ତିକଙ୍କୁ ପାଠ ପଢାଇବାରେ କୌଣସି ଅସୁବିଧା ହୁଏନି କିମ୍ବା ଏକୁଟିଆ ପାଠ ପଢାଇ ମୁଁ କେବେ ବିରକ୍ତ ହୋଇଯାଏ ନାହିଁ । କାର୍ତ୍ତିକ୍ ଜଣେ ଭଲ ଛାତ୍ର, ଆଗକୁ ପାଠ ପଢି ବଡ ମଣିଷ ହେବାର ଇଛା ରଖିଛନ୍ତି କାର୍ତ୍ତିକ୍ । ତେଣୁ ମୋର କର୍ତ୍ତବ୍ୟରେ ମୁଁ କେବେ ହେଳା କରିନାହିଁ