ମହାରାଷ୍ଟ୍ର ବୁଲଟାଣାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୩ ଶ୍ରମିକଙ୍କ ମୃତ୍ୟୁ

176

କନକ ବ୍ୟୁରୋ : ମହାରାଷ୍ଟ୍ର ବୁଲଟାଣାରୁ ଆସିଛି ଦୁଖଦ ଖବର । ଏକ ଟିପର ଓଲଟି ପଡିବା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକମାନେ ଶ୍ରମିକ ବୋଲି ଜଣାପଡିଛି ।
କହିରଖୁ କି ବୁଲଟାଣା ଜିଲ୍ଲାର ସମୃଦ୍ଧି ରାଜମାର୍ଗ ପରିଯୋଜନାର କାମ କରୁଥିବା ଶ୍ରମିକ ମାନଙ୍କୁ ନେଇ ଟ୍ରକଟି ଶ୍ରମିକମାନଙ୍କୁ ନେଇ ଯାଉଥିବା ବେଳେ ଓଲଟି ପଡିଥିଲା । ଫଳରେ ଟ୍ରକରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି । ସୂଚନା ମୁତାବକ ଟ୍ରକରେ ଲୁହାଛଡ ସହ ଶ୍ରମିକମାନେ ବୋଝେଇ ହୋଇ ଯାଉଥିଲେ । ବର୍ଷା କାରଣରୁ ଟ୍ରକଟି ରାସ୍ତାକଡକୁ ଓଲଟି ପଡିଥିଲା । ଫଳରେ ଟ୍ରକରେ ଥିବା ୧୬ ଜଣ ଶ୍ରମିକଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ନେବା ରାସ୍ତାରେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଗୁରୁତର ଶ୍ରମିକ ମାନଙ୍କୁ ମେଡିକାଲ ପଠାଇଛି ।