ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କରୋନା ସଂକ୍ରମଣ : ଦେଶର ୧୦ ଆକ୍ରାନ୍ତରୁ ୬ ଜଣ ମହାରାଷ୍ଟ୍ରରୁ ଚିହ୍ନଟ

କାଲି ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ୧୬ ହଜାର ୬୨୦

106

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚିନ୍ତା ବଢାଉଛି କରୋନା ସଂକ୍ରମଣ । ଦେଶର ପ୍ରତି ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଏବେ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି ।  କାଲି ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ୧୬ ହଜାର ୬୨୦ ।

ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୨୩ ଲକ୍ଷ ୧୪ ହଜାର ୪୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କାଲି ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ଭିତରେ କେବଳ ମହାରାଷ୍ଟ୍ରରେ ୫୨ ହଜାର ୮୬୧ ଜଣଙ୍କ ମୃତ୍ୟୁ ହୋଇଥିବା ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ୨୧ ଲକ୍ଷ ୩୪ ହଜାର ୭୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନାଗପୁର, ମୁମ୍ବାଇ,ପୁନେ ଏବଂ ନାସିକ୍ ସହରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତକାଲି ମୁମ୍ବାଇରୁ ଏକ ହଜାର ୯୬୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।