ବିଜେପି ବିରୋଧରେ ପଙ୍କଜା ମୁଣ୍ଡେଙ୍କ ବିଦ୍ରୋହୀ ବୟାନ । କହିଲେ ମୁଁ ବିଜେପିରେ ଅଛି ହେଲେ ….

364

କନକ ବ୍ୟୁରୋ : ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ପୁଣିଥରେ ନିଜ ଦଳ ବିଜେପି ଉପରେ ବିଦ୍ରୋହୀ ବୟାନ ଦେଇଛନ୍ତି । ଏବେ ତାଙ୍କ ସମର୍ଥକ ନୁହଁନ୍ତି ବରଂ ଅସନ୍ତୁଷ୍ଟ ଥିବାର ବୟାନ ନିଜେ ପଙ୍କଜା ମୁଣ୍ଡେ ଦେଇଛନ୍ତି । ସୂଚନା ମୁତାବକ ଦିଲ୍ଲୀରେ ରାଷ୍ଟ୍ରୀୟ ସମାଜ ପାର୍ଟି ତରଫରୁ ଅହିଲ୍ୟା ଦେବୀ ହୋଲକରଙ୍କ ଜୟନ୍ତୀ ସମାରୋହରେ ଯୋଗ ଦେଇ ପଙ୍କଜା ମୁଣ୍ଡେ ଯେଭଳି ବୟାନ ଦେଇଛନ୍ତି ତାହାକୁ ନେଇ ସ୍ପଷ୍ଟ ହୋଇଛି ଯେ ପଙ୍କଜା ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି ।

ଏହି କାର୍ଯ୍ୟକ୍ରମରେ ପଙ୍କଜା କହିଛନ୍ତି କି, ମୁଁ ବିଜେପିରେ ରହିଛି, ହେଲେ ବିଜେପି ମୋର ହୋଇପାରି ନାହିଁ । ପଙ୍କଜା ଏତିକିରେ ଅଟକି ନାହାଁନ୍ତି ବରଂ ସେ ଆଗକୁ ଯାଇ କହିଛନ୍ତି କି, ଯଦି କେହି ବାପାଙ୍କ ଉପରେ ରାଗିଯାଏ ତେବେ ସେ ଭାଇ ପାଖକୁ ଯାଇପାରେ । ରାଷ୍ଟ୍ରୀୟ ସମାଜ ପାର୍ଟି ମୋର ମାମୁଁଘର । ଏହି ସମାରୋହରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ ।

ପଙ୍କଜା ମୁଣ୍ଡେଙ୍କ ଏହି ବୟାନକୁ ନେଇ ବିଜେପି ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରଶେଖର ବବନକୁଲେ ନିଜୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ଦଳ ପ୍ରତି ଅସନ୍ତୁଷ୍ଟ ନାହାଁନ୍ତି   । ତାଙ୍କ ବୟାନକୁ ଭୁଲ ତରିକାରେ ପ୍ରକାଶ କରାଯାଇଛି । ହେଲେ ସେ ମହାରାଷ୍ଟ୍ରରେ ବିଜେପିକୁ ମଜବୁତ କରିବା ଦିଗରେ କାମ କରୁଛନ୍ତି ବୋଲି ବବନକୁଲେ କହିଛନ୍ତି ।

ସେପଟେ ପଙ୍କଜା ମୁଣ୍ଡେଙ୍କ ଏଭଳି ବୟାନ ପରେ ରାଜନୈତିକ ପ୍ରତିକ୍ରିୟାମାନ ଆସିବାରେ ଲାଗିଛି । ଶିବସେନା (ଉଦ୍ଧବ ଠାକରେ ଗ୍ରୁପ)ର ସାଂସଦ ସଂଜୟ ରାଉତ କହିଛନ୍ତି କି ପଙ୍କଜା ପରିଣାମକୁ ଭୟ ନକରି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ସେହିଭଳି ଏନସିପି ମହାରାଷ୍ଟ୍ର ଅଧ୍ୟକ୍ଷ ଜୟନ୍ତ ପାଟିଲ କହିଛନ୍ତି କି ଯେଉଁ କଂଗ୍ରେସ ଓ ଏନସିପି ନେତାଙ୍କୁ ବିଜେପି ବଡ ବଡ ସ୍ୱପ୍ନ ଦେଖାଇ ଦଳରେ ସାମିଲ କରିଥିଲା ସେମାନଙ୍କ ସହ ବିଜେପି ଅନ୍ୟାୟ କରୁଛି ।