ଦୁନିଆର ସବୁଠୁ ମହଙ୍ଗା ଟ୍ରେନ୍ । ଏଥିରେ ମିଳିଥାଏ ୫ଷ୍ଟାର୍ ହୋଟେଲ୍ ଭଳି ସୁବିଧା 

116

କନକ ବ୍ୟୁରୋ : ଭାରତରେ ଟ୍ରେନକୁ ଦେଶର ଲାଇଫ୍ ଲାଇନ୍ କୁହାଯାଇଥାଏ । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ରପ୍ତାନୀ ଏବଂ ଆମଦାନୀ କିମ୍ବା ଯାତାୟତ ପାଇଁ ଭାରତରେ ଟ୍ରେନ୍ ହିଁ ବଡ ଭୂମୀକା ଗ୍ରହଣ କରିଥାଏ । ଦେଶରେ କୋଟି କୋଟି ଲୋକ ଟ୍ରେନ୍ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଜାଣିଛନ୍ତି କି, ଆମ ଦେଶ ଭାରତରେ ଏପରି ଟ୍ରେନ୍ ରହିଛି । ଯେଉଁଥିଲେ ୫ଷ୍ଟାର୍ ହୋଟେଲର ସୁବିଧା ମିଳିଥାଏ । ଆଉ ଏହାର ଭଡା ମଧ୍ୟ ସବୁଠୁ ମହଙ୍ଗା । ତେବେ ଆସନ୍ତୁ ଜାଣିବା ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଆପଣଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଏବଂ ଏହି ଟ୍ରେନରେ କଣ କଣ ସୁବିଧାମାନ ରହିଛି ।

ଦେଶର ସବୁଠୁ ସୁନ୍ଦର ଏବଂ ଏକ୍ସପେନସିଭ୍ ଟ୍ରେନ୍ କୁହାଯାଉଥିବା ଟ୍ରେନର ନାଁ ହେଉଛି ମହାରାଜା ଏକ୍ସପ୍ରେସ୍ । ଏହି ଟ୍ରେନ୍ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଇଂଣ୍ଡିଆନ୍ ରେଲୱେ କ୍ୟାଟ୍ରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ଦ୍ୱାରା ଚାଲିଥାଏ । ଏହି ଟ୍ରେନ୍ ବାହାରୁ ଦେଖିବାକୁ ଯେତିକି ସୁନ୍ଦର ଭିତରୁ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ଟ୍ରେନ୍ ଭିତର କୌଣସି ଆଲିସାନ୍ ହୋଟେଲଠୁ କମ୍ ନୁହେଁ । ଟ୍ରେନ୍ ଭିତରେ ପସୁ ପସୁ ହିଁ ଯାତ୍ରୀଙ୍କ ମନ ଖୁସି ହୋଇଯାଇଥାଏ । କାହିଁକି ନା ଟ୍ରେନର ଗେଟକୁ କୌଣସି ୫ଷ୍ଟାର୍ ହୋଟେଲର ଗେଟ୍ ଭଳି ଡିଜାଇନ୍ କରାଯାଇଛି । ଏବଂ ଭିତରର ଇଣ୍ଟାରିୟର୍ ଡିଜାଇନ ବି ବହୁତ ସୁନ୍ଦର ଭାବେ ବନାଯାଇଛି । ଏହି ଟ୍ରେନ୍ ଭିତରେ ଡିଲକ୍ସ କେବିନ୍, ରେଷ୍ଟୁରାଣ୍ଟ୍, ଲଜ୍, ବାର୍ ଭଳି ଅନେକ୍ ସୁବିଧା ମିଳିଥାଏ ।

ତେବେ ଏହି ଟ୍ରେନ୍ ୪ଟି ଅଲଗା ଅଲଗା ରୁଟରେ ଯାତ୍ରା କରିଥାଏ । ଏଥିରେ ପର୍ଯ୍ୟଟକ ୭ଦିନ ବିତାଇଥାନ୍ତି । ଯେଉଁଥିପାଇଁ ଯାତ୍ରୀଙ୍କୁ ୫ଲକ୍ଷରୁ ଆରମ୍ଭ କରି ୨୦ ଲକ୍ଷ ପର୍ଯ୍ୟନ୍ତ ଭଡା ଦେବାକୁ ପଡିଥାଏ । ଏହି ଟ୍ରେନ୍ ଦିଲ୍ଲୀ, ଜୟପୁର, ଫତେପୁର୍, ସିକରୀ, ଆଗ୍ରା, ବାରଣାସୀ ଦେଇ ଦିଲ୍ଲୀ ପହଞ୍ଚିଥାଏ । ୭ଦିନ ଏବଂ ୬ରାତିର ଏହି ଯାତ୍ରା ବେସ୍ ମଜାଦାର୍ ହୋଇଥାଏ ।

ମହାରାଜା ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ରେଲୱେ ଷ୍ଟେସନ୍ ଯିବାକୁ ପଡିନଥାଏ । ଆପଣ ଘରେ ବସି ମହାରାଜା ଏକ୍ସପ୍ରେସର ଟିକେଟ୍ ବୁକିଂ କରିପାରିବେ ।