ଶୁଖିଲା ମହାନଦୀ ପଠାରେ ସୁନାର ଫସଲ ! ଜଳସ୍ରୋତ କମିଯିବାରୁ ବାଙ୍କୀ ସୁବର୍ଣ୍ଣପୁର ଘାଟରେ ଡାଳୁଅ ଧାନ ଚାଷ କରିଛି ଚାଷୀ

36

କନକ ବ୍ୟୁରୋ : ଛତିଶଗଡର ରମଣ ସିଂ ସରକାର ମହାନଦୀ ଉପର ମୁଣ୍ଡରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ ନିର୍ମାଣ କରି ଚାଲିଥିବା ବେଳେ ଶୁଷ୍କ ହୋଇଯାଇଛି ଓଡିଶାର ଅବବାହିକା । ମହାନଦୀରେ ଜଳସ୍ତର କମିଯିବା ପରେ ପଠା ଶୁଖିଲା ପଡିଛି । ଆଉ କଟକ ବାଙ୍କୀରେ ଶୁଖିଲା ମହାନଦୀ ପଠାରେ ଡାଳୁଅ ଧାନ ଚାଷ କରିଛନ୍ତି ଚାଷ । ଫସଲ ଅମଳ ପାଇଁ ଆଉ ଦେଢ ମାସ ବାକି ଥିବା ବେଳେ ଶୁଖିଲା ମହାନଦୀକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।

କଟକ ବାଙ୍କୀ ମହାନଦୀ ପଠାରେ ହସୁଛି ଡାଳୁଅ ଧାନ । ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାନଦୀ ପଠାରେ ଧାନ ଚାଷ କରିଛନ୍ତି ଏଠାକାର ଚାଷୀ । ମହାନଦୀର ଏହି ଘାଟରେ ପାଣି ଶୁଖିଯିବା ପରେ ଚାଷୀ ସିଆର କରି ଡାଳୁଅ ଧାନ ଚାଷ କରିଥିବା ବେଳେ ଜଳସ୍ତର ହ୍ରାସକୁ ନେଇ ଚିନ୍ତାରେ ପଡିଛନ୍ତି । କେବଳ ସୁବର୍ଣ୍ଣପୁର ଘାଟ ନୁହେଁ, ବାଙ୍କୀର ସମ୍ପୂର୍ଣ୍ଣ ଅଂଚଳରେ ମହାନଦୀ ଶୁଖିଲା ପଡିଛି । ପାଣି ଧାର ସୁଖିଯିବା ପରେ ଓଡିଶାର ଜୀବନ ରେଖା ମହାନଦୀ ଏକ ପ୍ରକାର ବାଲୁକା ମରୁଭୂମୀ ପାଲଟିଛି । ଜଳସ୍ତର ହ୍ରାସ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥି୍ବା ବେଳେ ମୁଣ୍ଡଳୀ ଭଳି ଏକ ଆନିକଟ ନିର୍ମାଣ କରିବା ପାଇଁ ଲୋକେ ଦାବି କରିଛନ୍ତି ।