ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ : ଆଜି ତୃତୀୟ ଦିନରେ ଝାରସୁଗୁଡା ଓ ସୁନ୍ଦରଗଡ କାର୍ଯ୍ୟକ୍ରମ

113

କନକ ବ୍ୟୁରୋ : ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆଜି ତୃତୀୟ ଦିନରେ ଝାରସୁଗୁଡା ଓ ସୁନ୍ଦରଗଡ କାର୍ଯ୍ୟକ୍ରମ ରହିଛି । ଟ୍ରିବ୍ୟୁନାଲ ଟିମ୍ ଏହି ଦୁଇ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବେ । ତୃତୀୟ ଦିନରେ ଝାରସୁଗୁଡାର ଓପିଜିସି ଇନଟେକ ପଏଣ୍ଟ , ବନହରପାଲିରେ ଇବ-ଥର୍ମାଲ ପାୱାର ଓ ସୁନ୍ଦରଗଡରେ ଇବ୍ ଡ୍ୟାମ ପ୍ରୋଜେକ୍ଟ ସାଇଡ ବୁଲି ଦେଖିବେ ଟିମ୍ । କେବଳ ମହାନଦୀ ନୁହେଁ ଏହାର ପ୍ରମୁଖ ଶାଖା ନଦୀ ଇବରେ କିଭଳି ଛତିଶଗଡର ଦାଦାଗିରି ଚାଲିଛି । ଆଉ ତା ସହିତ କିଭଳି ପାଣି ଅଟକାଇ ଚାଲିଛି । ସେହି ସ୍ଥାନ ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିବ ଟିମ୍ । ଟ୍ରିବ୍ୟୁନାଲ ଟିମ୍ ସହିତ ରହିବେ ଦୁଇ ରାଜ୍ୟର ଜଳ ସମ୍ପଦ ଅଧିକାରୀ ଓ ଏକ୍ସପର୍ଟ ଟିମ୍ ।