ବାଘଙ୍କ ଉପରେ ନଜର ରଖିବେ କୁଙ୍କି ହାତୀ : ସାତକୋଶିଆର ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଜଗିବେ ହାତୀ ମହେନ୍ଦ୍ର ଓ ରାଜକୁମାର

76

କନକ ବ୍ୟୁରୋ : ବାଘକୁ ଜଗିବ କୁଙ୍କି ହାତୀ । ସାତକୋଶିଆର ନୂଆ ଅତିଥି ମହାବଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଜଗିବେ ହାତୀ ମହେନ୍ଦ୍ର ଓ ରାଜକୁମାର । ଜଙ୍ଗଲ ଭିତରେ କିପରି ପରିବେଶ ସହିତ ଖାପ ଖୁଆଇ ଏହି ବାଘ ଓ ବାଘୁଣୀ ଚଳୁଛନ୍ତି ତା ଉପରେ ବନ ବିଭାଗ ଏହି ଦୁଇ କୁଙ୍କି ହାତୀଙ୍କ ମାଧ୍ୟମରେ ନଜର ରଖିବ । ଆଗକୁ ବାଘ ବାଘୁଣୀଙ୍କ ବଂଶବୃଦ୍ଧିର ଯୋଜନା ରହିଥିବାରୁ ବନ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି ।

ସାତକକୋଶିଆର ଅତିଥି ମହାବଳ ଉପରେ ନଜର ରଖିବେ ଶିମିଳାପାଳର ହାତୀ ମହେନ୍ଦ୍ର ଓ ରାଜକୁମାର ହାତୀ । ଗତ କିଛିଦିନ ହେବ ମହାବୀର ରହିଛି ଏନକ୍ଲୋଜନର ବାହାରେ । ଜଙ୍ଗଲରେ ଏକା ଏକା ବୁଲୁଛି ଓ ଶିକାର ମଧ୍ୟ କରୁଛି । ମହାବୀରର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଏବେ ଭଲ ଅଛି । ତଥାପି ବାଘ ଉପରେ ନଜର ରଖାଯିବ । କର୍ଣ୍ଣାଟକରୁ ଆସି ଶିମିଳିପାଳରେ ରହିଛନ୍ତି କୁଙ୍କିହାତୀ ମହେନ୍ଦ୍ର ଓ ରାଜକୁମାର । ଏବେ ସେମାନଙ୍କୁ ସାତକୋଶିଆ ଅଣାଯିବ ।

ମହାବୀରକୁ ନେଇ ସାତକୋଶିଆରେ ବଂଶବୃଦ୍ଧି କରିବା ପାଇଁ ଯୋଜନା କରିଛି ବନିବିଭାଗ । ଏଇଥିିପାଇଁ ମହାବୀରକୁ ସାତକୋଶିଆରେ ପୂର୍ବରୁ ରହିଥିବା ବାଘୁଣୀ ସହ ସମ୍ପର୍କ ରଖିବାକୁ ବିଭାଗ ଉଦ୍ୟମ କରୁଛି । କିନ୍ତୁ ଏହା ସମ୍ଭବ ହୋଇପାରୁନି । ଅନ୍ୟପଟେ ମଧ୍ୟପ୍ରଦେଶ ବାନ୍ଧଗଡ଼ରୁ ଆସିଥିଲା ବାଘୁଣୀ ସୁନ୍ଦରୀ । ବର୍ତ୍ତମାନ ସୁଦ୍ଧା ସୁନ୍ଦରୀକୁ ଏନକ୍ଲୋଜର ଭିତରେ ରଖାଯାଇଛି । ସାତକୋଶିଆ ପରିବେଶରେ ଖାପଖୁଆଇ ପାରିନାହିଁ ବାଘୁଣୀ । ତେଣୁ ପ୍ରଥମେ ବାଘୁଣୀ ସହ ମହାବୀର ସମ୍ପର୍କ ରଖିବା ପରେ ସୁନ୍ଦରୀକୁ ଜଙ୍ଗଲ ଭିତରକୁ ଛଡ଼ାଯିବାର ଯୋଜନା ରହିଛି । ଖାଲି ମହାବୀର ନୁହେଁ ସୁନ୍ଦରୀକୁ ମଧ୍ୟ ଜଜ୍ଞିବେ । ଦେଖିବାର କଥା ମହାବୀର ଓ ସୁନ୍ଦରୀ ପ୍ରଥମ ଥର ପାଇଁ ଦେଖାହେବା ପେୀର କିପରି ଜଙ୍ଗଲୀ ପରିବଶେରେ ଖାପ ଖୁଆଇ ଚଳୁଛନ୍ତି ।