ମଧ୍ୟପ୍ରଦେଶ ଚାଷୀ ମୃତ୍ୟୁ ପ୍ରତିବାଦରେ ଜୋର ଧରୁଛି ଆନ୍ଦୋଳନ ! ଆସନ୍ତା ୧୬ରେ ଓଡ଼ିଶା ବନ୍ଦ ଡାକରା ଦେଲା ନବନିର୍ମାଣ କୃଷକ ସଂଗଠନ

26

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଚାଷୀ ମୃତ୍ୟୁ ଘଟଣାକୁ କେନ୍ଦ୍ରକରି ୧୬ ଜୁନରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ଦୁଇ ଘଂଟା ପାଇଁ ରେଳରୋକ ଓ ରାସ୍ତାରୋକ କରାଯିବ । ରେଳ ଚଳାଚଳ ବନ୍ଦ ରହିବା ସହ ଜାତୀୟ ରାଜପଥରେ ବସ୍ ଓ ଦୁଇ ଚକିଆ ଯାନ ବନ୍ଦ ରହିବ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସ୍ୱାମୀନାଥ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀଙ୍କୁ ଋଣ ଛାଡ, ଚାଷୀଙ୍କୁ ଭତ୍ତା ଆଦି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ମଧ୍ୟପ୍ରଦେଶରେ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ପୁଲିସ ଗୁଳିର ସାମ୍ନା କରିଥିଲେ । ପୁଲିସ ଗୁଳିରେ ୫ ଜଣ ଚାଷୀଙ୍କର ମୃତ୍ୟୁ ହେବା ପରେ ତାକୁ ନେଇ ରାଜନୀତି ଜୋର ଧରିଛି ।