ମଧ୍ୟପ୍ରଦେଶରେ ଚାଲିଛି ପ୍ରଚାର ଲଢେଇ: ବିଜେପି ଓ କଂଗ୍ରେସ ପାଇଁ ପ୍ରଚାର କଲେ ଦଳର ସର୍ବୋଚ୍ଚ ନେତା

କଂଗ୍ରେସର ୪ ପୀଢି ବନାମ ବିଜେପିର ୪ ବର୍ଷ ସରକାରର ହିସାବ ଦେଲେ ମୋଦି

120

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ପ୍ରଚାର ଲଢେଇ ଜୋରଦାର । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାରକୁ ତୀବ୍ର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସର ସର୍ବୋଚ୍ଚ ନେତା । ଆଗାମୀ ୨୮ତାରିଖରେ ଏମପିର ୨୩୦ଟି ବିଧାନସଭା ଆସନ ଲାଗି ପଡିବ ଭୋଟ । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏକାଧିକ ରାଲି ଓ ଜନସଭା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଛତରପୁରରେ ମୋଦି ନିର୍ବାଚନୀ ସଭାକୁ ସମ୍ବୋଧିତ କରି କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ।

କଂଗ୍ରେସର ୪ପୀଢୀର ଶାସନ ବନାମ ଚା ବାଲାର ୪ବର୍ଷର ସରକାରର ହିସାବ ରଖିଛନ୍ତି । ରାହୁଲଙ୍କ ନାଁ ନନେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଜେପି ସରକାର ଅମଳରେ ଯୁବକଙ୍କୁ ନିଯୁକ୍ତି ମିଳିଛି । ଏପରିକି ମଧ୍ୟପ୍ରଦେଶର ଯୁବକ ଅନ୍ୟ ମାନଙ୍କୁ ରୋଜଗାର ଯୋଗାଇବାରେ ସମର୍ଥ ହୋଇଛନ୍ତି ବୋଲି ମୋଦି କହିଛନ୍ତି । ହେଲେ କଂଗ୍ରେସ ବିଜେପି ସରକାରଙ୍କ ଅମଳରେ ଏହି ବଡ ଉପଲବ୍ଧିକୁ ବୁଝି ପାରୁନଥିବା ଅଭିଯୋଗ କରିଛନ୍ତି ମୋଦି ।

ସେପଟେ ମଧ୍ୟପ୍ରଦେଶର ସାଗରରେ ନିର୍ବାଚନି ସଭା କରି ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଦଳର ନେତା ନମ୍ବର ୱାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପଳାତକ ଶିଳ୍ପପତିଙ୍କ ସମ୍ପର୍କର ଅଭିଯୋଗ ଆଣିଛନ୍ତି ରାହୁଲ ।