ମଧ୍ୟପ୍ରଦେଶ ଓ ମିଜୋରାମ ନିର୍ବାଚନ : ମତଦାନ ବେଳେ ଖରାପ ହେଲା ଇଭିଏମ୍ ! ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ ।

113

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଓ ମିଜୋରାମରେ କିଏ ଗଢିବ ସରକାର, ସେନେଇ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ପାଇଁ ପରୀକ୍ଷାର ଦିନ । ୨୩୦ ଆସନ ପାଇଁ ୬୫ହଜାର ଭୋଟ ଗ୍ରହଣ କେନ୍ଦ୍ରରେ ଚାଲିଛି ମତଦାନ । ୫କୋଟି ୪୩ ଲକ୍ଷ ଲୋକ ୨୮୯୯ ଜଣ ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ।

ତେବେ ସକାଳ ୭ଟାରେ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ । ନିିର୍ବାଚନ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସେପଟେ ଇନ୍ଦୋର ସମେତ ଅନ୍ୟ କେତେକ ସ୍ଥାନରେ ଇଭିଏମ୍ ମେସିନ ଖରାପ ଥିବା ନେଇ ଅଭିଯୋଗ ଆସିଛି । ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।

୨୦୧୩ ନିର୍ବାଚନରେ ୨୩୦ ଆସନରୁ ବିଜେପି ୧୬୬ଟି ଆସନ ଜିତିଥିବାବେଳେ କଂଗ୍ରେସକୁ ମାତ୍ର ୫୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେଣୁ ଦୀର୍ଘ ୧୫ ବର୍ଷ ପରେ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଥିବାବେଳେ ବିଜେପି ଶାସନ ବଜାୟ ରଖିବା ଲକ୍ଷ୍ୟରେ ରହିଛି ।