କନକ ବ୍ୟୁରୋ: ପାଗଳା କୁକୁର କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପାଟଣାଗଡ ବ୍ଲକର ବାଲିପଟା ଓ କଲଙ୍ଗାପାଲି ଗାଁରେ ପାଗଳା କୁକୁର କାମୁଡାରେ ୨ଜଣ ଶିଶୁ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି । କୁକୁରଟି ୨ଶିଶୁଙ୍କ ମୁଣ୍ଡକୁ କାମୁଡି ଦେଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।
ଗାଁଲୋକେ ବିଭିନ୍ନ କାମ ପାଇଁ ବାହାରେ ଥିବା ସମୟରେ ପାଗଳା କୁକୁର କାମୁଡାର ଶିକାର ହୋଇଥିଲେ । ୪ଜଣ ଜଣ ମହିଳା ଏବଂ କିଛି ପୁରୁଷଙ୍କ ଜଂଘକୁ କୁକୁର କାମୁଡି ଖାଇଥିବା ସୂଚନା ମିଳିଛିା କୁକୁରର ଉତ୍ପାତ ଯୋଗୁ ସ୍ଥାନୀୟ ଗାଁମବାସୀମାନେ ଭୟଭୀତ ଅଛନ୍ତି । କୁକୁରକୁ ଧରିବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/papatana-garh.jpg)