ମା’ ରାମଚଣ୍ଡିଙ୍କ ଛତ୍ରୀ ଯାତ୍ରା : ନବଦିନାତ୍ମକ ଯାତ୍ରାରେ ଗାଁର ପତ୍ୟେକ ଘରୁ ଯାଏ ବାଉଁଶ ଛତ୍ରୀ

72

କନକ ବ୍ୟୁରୋ : ପାର୍ବଣଋତୁରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦେବୀପୀଠ ମାନଙ୍କରେ ବେଶ ଧୁମଧାମରେ ଚାଲିଛି ପୂର୍ଜାର୍ଚ୍ଚନା । ଖୋର୍ଦ୍ଧା ବାଙ୍କୋଇରେ ଏବେ ବି ପ୍ରଥା ଓ ପରମ୍ପରା ଚାଲି ଆସିଛି । ମା’ ରାମଚଣ୍ଡି ତାଙ୍କର ବିଜେ ସ୍ଥଳକୁ ଘଣ୍ଟଘଣ୍ଟା, ପାଇକ ନୃତ୍ୟ ସହ ବାଉଁଶରେ ତିଆରି ଛତ୍ରୀ ସାହାଯ୍ୟରେ ବିଜେ କରିଥାଆନ୍ତି । ମା’ଙ୍କର ଏହି ଯାତ୍ରା ସମୟରେ ଗାଁର କୁନି କୁନି ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଧରିଥାଆନ୍ତି ବାଉଁଶରେ ତିଆରି ଛତ୍ରୀ ।

ଏହା ଏକ ପୁରାତନ ରୀତିନୀତି ହୋଇଥିବା ବେଳେ ଏହାକୁ ବଜାୟ ରଖିଛନ୍ତି ଗ୍ରାମବାସୀ । ମା’ ରାମଚଣ୍ଡୀଙ୍କର ନବଦିନାତ୍ମକ ଯାତ୍ରାରେ ଗାଁର ପ୍ରତ୍ୟେକ ଘରୁ ଏହି ବାଉଁଶ ଛତ୍ରୀ ବାହାରି ଥାଏ । ପୁରାତନ ରୀତିନୀତି ଅନୁସାରେ ଗାଁରେ ହଇଜା, ମିଳିମିଳା ଏବଂ ଗାଈ ଗୋରୁଙ୍କୁ ଫାଟୁଆ ରୋଗ ହେଲେ ଗାଁର ଦୋବାଦେବୀଙ୍କୁ ଘଣ୍ଟଘଣ୍ଟା ବଜାଇ ପଣାପାଣି ଏବଂ ଛତ୍ରୀ ଅର୍ପଣ କରାଯାଏ । ଏହା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି ।