ମା’ ମଙ୍ଗଳାଙ୍କ ନବରାତ୍ରୀ ପୂଜା ଆରମ୍ଭ : ପାର୍ବଣରେ ବିଭିନ୍ନ ବେଶରେ ସଜେଇ ହୋଇ ଦିଅନ୍ତି ଦର୍ଶନ

57

କନକ ବ୍ୟୁରୋ : କାକଟପୁରରେ ମା’ ମଙ୍ଗଳା ମନ୍ଦିରରେ ନବରାତ୍ରୀ ପାଇଁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପାର୍ବଣ ସମୟରେ ମାଆ ବିଭିନ୍ନ ବେଶରେ ସଜେଇ ହୋଇ ଦର୍ଶନ ଦିଅନ୍ତି । ଆଜି ମା’ ନାଲି କଲି ଆଉ କଳା କଲି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ପରମ୍ପରା ଅନୁଯାଇ ପାର୍ବଣ ସମୟରେ ମା’ ଧରାବତରଣ କରିଛନ୍ତି । ଦୁଷ୍ଟ ରୁପି ଦାନବ ମହିଷାସୁରକୁ ବଦ୍ଧ କରିବା ପାଇଁ ମା’ ବିଳମ୍ବିତ ରାତିରେ ରତ୍ନଗିରି ବିଜେ କରିଛନ୍ତି । ସେଥିପାଇଁ ମନ୍ଦିରରେ ଘଣ୍ଟ, କାହାଳି ବାଦ୍ୟରେ ପରିବେଶ କମ୍ପି ଉଠିଛି । ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।