୩ ମାସ ପରେ ଖୋଲିଲା ମା’ ମଝିଘରିଆଣିଙ୍କ ଦାନ ହୁଣ୍ଡି : ସୁନା, ରୁପା ସହ ବିଦେଶୀ ନୋଟ୍ ସଂଗ୍ରହ

2,430

କନକ ବ୍ୟୁରୋ : ମା’ ମଝିଘରିଆଣୀ ମନ୍ଦିରରେ ଖୋଲିଲା ଦାନ ହୁଣ୍ଡି । ୩ମାସ ପରେ ଦାନ ହୁଣ୍ଡି ଖୋଲିଥିବା ବେଳେ ଦାନ ଅର୍ଥ ଗଣତି ଆରମ୍ଭ ହୋଇଛି । ପୁଲିସର କଡା ସୁରକ୍ଷା ବଳୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତାଙ୍କ ଉପସ୍ଥିତିରେ ଦାନ ହୁଣ୍ଡି ଖୋଲା ଯାଇ ଅର୍ଥ ଗଣତି ଚାଲିଛି ।

ଏହି ଗଣତି କାର୍ଯ୍ୟରେ ମହିଳା ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟଙ୍କ ସହ କିଛି ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ପ୍ରାୟ ୧୫୦ ଜଣ ଏହି ଗଣତି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ୩ ମାସ ତଳେ ମା’ଙ୍କ ଦାନ ହୁଣ୍ଡିରୁ ୬୨ଲକ୍ଷ ୨୨ହଜାର ୫୯ ଟଙ୍କା ସଂଗ୍ରହ ହୋଇଥିଲା । ତା ସହିତ ୪୬ଗ୍ରାମ ସୁନା ଓ ୧କେଜି ୭୭୫ ଗ୍ରାମ ରୂପା ସହ କିଛି ବିଦେଶୀ ନୋଟ୍ ମଧ୍ୟ ସଂଗ୍ରହ ହୋଇଥିଲା ।