କନକ ବ୍ୟୁରୋ : ଆରମ୍ଭ ହୋଇଛି ମା’ ବୁଢ଼ୀ ଠାକୁରାଣୀଙ୍କ ଘଟ ଯାତ୍ରା । ଅସ୍ଥାୟୀ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ ମା’ଙ୍କୁ ଚାଙ୍ଗୁଡ଼ିରୁ ଘଟକୁ ପରିବର୍ତ୍ତନ କରାଯାଇଥିଲା । ଏହା ପରେ ମା’ଙ୍କ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ଘଟ ପରିକ୍ରମାର ପ୍ରଥମ ଦିନରେ ମା’ ଅସ୍ଥାୟୀ ପୀଠରୁ ବାହାରି ମହୁରୀ ରାଜବାଟି ଯିବା ପରେ ସେଠାରେ ମହୁରୀଗଡ଼ ରାଜା ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ ।

Advertisment