ବାସହରାଙ୍କ ସାହାର ଏହି ମହିଳା ! ଅଭାବୀ ପରିବାର ପାଇଁ ତିଆରି କରୁଛନ୍ତି ଘର

96

କଲେଜ ଅଧ୍ୟାପିକା ଥିବା ସମୟରେ ସେ ବୁଝିଥିଲେ ଦୁଃଖ କଣ । ସମସ୍ୟା କଣ । ଜଣେ ଅଭାବୀ ଛାତ୍ରଙ୍କର ଅବହେଳିତ ଅବସ୍ଥା ତାଙ୍କୁ ଖୁବ୍ କଷ୍ଟ ଦେଇଥିଲା । ସେହି ଛାତ୍ରର ଅବସ୍ଥାକୁ ସୁଧାରିବାକୁ ଯାଇ ଏକ ଘର ଯୋଗାଇ ଦେଇଥିଲେ ତାଙ୍କୁ । ଏହି ମହାନ ମହିଳା ଜଣକ ଙ୍କର ନାଁ ଏମ.ଏସ. ସୁନୀଲ । ମନରେ ତାଙ୍କର ଜାତ ନୂଆ ଚିନ୍ତାଧାର । ଆଉ ଏହା ଏହା ପରିଣତ ହୋଇଗଲା ତାଙ୍କର ରୁଚିରେ । ଯାହାର ଫଳସ୍ୱରୂପ ଏବେ ପ୍ରାୟ ୭୬ଟି ଅଭାବୀ ପରିବାର ମୁଣ୍ଡ ଗୁଂଜିବା ପାଇଁ ଛାତ ପାଇଛନ୍ତି । ଆଉ ସୁନୀଲ ପାଲଟିଯାଇଛି ବାସହରାଙ୍କ ସାହାରା । ପ୍ରକୃତ ମଣିଷର ଭଗବାନ ।

କେବଳ ଗୃହ ଯୋଗାଇବା କାହିିଁକି , ଏପରି ଅଭାବୀ ଲୋକଙ୍କୁ ଶିକ୍ଷିତ କରିବା ଦିଗରେ ମଧ୍ୟ ସ୍ୱତନ୍ତ୍ର ଭାବେ ପଦକ୍ଷେପ ଉଠାଇଛନ୍ତି । ଏହାସହ ସମୟେ ସମୟେ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଓ ପୋଷାକ ମଧ୍ୟ ଯୋଗାଇ ଦେଉଛନ୍ତି ସେ । ନିଜର ଏହି ମହାନତା ପାଇଁ ଲୋକଙ୍କର ପ୍ରିୟଭାଜନ ହୋଇଥିବା ସୁନୀଲ କିନ୍ତୁ ଜୀବନରେ ଏମିତି କିଛି କରିବେ ବୋଲି କେବେ ଭାବିନଥିଲେ । କଲେଜର ସେହି ଘଟଣା ତାଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆଣିଥିଲା ।

କେରଳର ପାଠାନମତିଟ୍ଟାର କୋଥୋଲିକଟ୍ କଲେଜର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଥିଲେ ସୁନୀଲ । ଏମିତି ବି ସେ ଅନେକଥର ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥାନ୍ତି । କିନ୍ତୁ ଥରେ ବିଭାଗର ଜଣେ ଛାତ୍ରଙ୍କ ସହ ଆଲୋଚନାରୁ ସେ ଜାଣିବାକୁ ପାଇଥିଲେ ତମାଙ୍କ ଅଭାବୀ ଜୀବନର ଅବସ୍ଥା ବିଷୟରେ । ଛାତ୍ରଜଣକ ମୁଣ୍ଡ ଗୁଂଜିବା ପାଇଁ ନଥିଲା ଆଶ୍ରୟ । ତାଙ୍କର ଏହି ଦୁର୍ଦ୍ଦଶା ଖୁବ୍ ବ୍ୟଥିତ କରିଥିଲା ସୁନୀଲଙ୍କୁ । ଛାତ୍ରଜଣଙ୍କର ସେହି ପୁରୁଣା ଘରଟିକୁ ଭାଂଗି ସେ ନିର୍ମାଣ କରାଇଦେଇଥିଲେ ଏକ ନୂଆ ଘର । ଇତି ମଧ୍ୟରେ ସେ ଆଖପାଖର ଅଭାବୀ ଲୋକମାନଙ୍କ ଅବସ୍ଥା ସହ ମଧ୍ୟ ଜଡିତ ହୋଇଥିଲେ । ତା’ ପରଠାରୁ ଆସିଥିଲା ତାଙ୍କ ଚିନ୍ତାଧାରାରେ ବଡ ପରିବର୍ତ୍ତନ । ସେ ସ୍ଥିର କରିନେଲେ କି ଯେତେଦୂର ସମ୍ଭବ ସେ ଲୋକମାନଙ୍କୁ ବାସହରା ହେବାକୁ ଦେବେନାହିଁ ।

ପ୍ରଥମେ ଏକ ସରକାରୀ ସ୍କିମ୍ ମାଧ୍ୟମରେ ସେ ଅର୍ଥ ଯୋଗାଡ କରି ଘର ନିର୍ମାଣ କରୁଥିଲେ । କିନ୍ତୁ ଏଥିରେ ସମସ୍ୟା ଦେଖାଦେବାରୁ ସେ ସ୍ଥିର କରିନେଲେ କି କେବଳ ଜଣେ ପ୍ରୟୋଜକଙ୍କ ସହ ଯୋଗରେ ସେ ଏହି କାର୍ଯ୍ୟ କରିବେ । ମାତ୍ର ସେତେବେଳକୁ ତାଙ୍କ ମହାନ ଉଦ୍ଦେଶ୍ୟ ସାରା ସହରରେ ବ୍ୟାପି ଯାଇଥାଏ । ଲୋକମାନେ ଏହି ଉଦ୍ଦେଶ୍ୟ ପୂରଣରେ ତାଙ୍କୁ ସହଯୋଗ କରିବା ପାଇଁ ଆର୍ଥିକ ସହଯୋଗ ଯୋଗାଇଥିଲେ । ଚାକିରି କାଳ ମଧ୍ୟରେ ବ୍ୟସ୍ତ କାର୍ଯ୍ୟକ୍ରମରୁ କିଛି ସମୟ ବାହାର କରି ସେ ଗୃହ ନିର୍ମାଣର ତଦାରଖ କରୁଥିଲେ ।

ଗତବର୍ଷ ଚାକିରିରୁ ଅବସର ନେବା ପରେ ନିଜର ସଂପୂର୍ଣ୍ଣ ସମୟ ସେ ଦେଉଛନ୍ତି ଏହି କାର୍ଯ୍ୟରେ ଏବେ ସୁଦ୍ଧା ପ୍ରାୟତ ୬ଟି ଘରର ନିର୍ମାଣ ଶେଷ ହେବା ସହ ଆଉ ଦୁଇଟି ଘରର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାକୁ ମିଶାଇ ଗତ ୧୧ବର୍ଷ ମଧ୍ୟରେ ସେ ପ୍ରାୟ ୭୭ଟି ଘର ନିର୍ମାଣ କରିସାରିଛନ୍ତି । ତା’ ସହିତ ଲୋକମାନଙ୍କ ବିଶ୍ୱାସ ମଧ୍ୟ ଜିଣି ପାରିଛନ୍ତି । ସେଥିପାଇଁ ତ ସୁବିଧା ପ୍ରଦାନ କରିବାକୁ ଲୋକେ ତାଙ୍କ ନିକଟରେ କରୁଛନ୍ତି ଗୁହାରୀ । ତେବେ ଆଜି ପର୍ଯ୍ୟନ୍ତ ଯେତୋଟି ଘର ସେ ନିର୍ମାଣ କରିସାରିଛନ୍ତି । ସେଥିମଧ୍ୟରୁ ମାତ୍ର ଦୁଇଜଣ ହିତାଧିକାରୀଙ୍କ ନିମନ୍ତେ ଜମି କିଣି ଘର କରିଛନ୍ତି ।

ବାକି ହିତାଧିକାରୀମାନଙ୍କ ମଧ୍ୟରୁ କେତେକଙ୍କର ନିଜ ଜମିରେ ନିର୍ମାଣ କରାଯାଇଛି ତ କେତେକଙ୍କୁ ସ୍ଥାନୀୟ କାଉନସିଲ ଜମି ଯୋଗାଇଦେଇଛି । ଏବେ ସହରରେ ଜଣେ ବାସ୍ତବ ହୋମ୍ ମେକରର ମାନ୍ୟତା ପାଇଛନ୍ତି । ଆଉ ଏହି କାର୍ଯ୍ୟରେ ତାଙ୍କୁ ଯେଉଁମାନେ ସାହାଯ୍ୟ ସହ ଯୋଗ କରିଛନ୍ତି ସେହି ବଦାନ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ।