ପ୍ରସିଦ୍ଧ ଗୀତିକାର ବାପ୍ପୀ ଲହରୀ କରୋନା ପଜିଟିଭ୍ । ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି

34

କନକ ବ୍ୟୁରୋ : ମହାରାଷ୍ଟ୍ରରେ କରୋନା ତାର କାୟା ବିସ୍ତାର କରିଚାଲିଛି । ବିଶେଷ କରି ମୁମ୍ବାଇରେ କରୋନାର ପ୍ରଭାବ ଅଧିକ ପରିଲକ୍ଷିତ ହୋଇଛି । ଏଥିରେ ବଲିଉଡ କଳାକାରମାନେ ସଂକ୍ରମିତ ହେଉଛନ୍ତି । ଏହି କ୍ରମରେ ଆଜି ବଲିଉଡର ପ୍ରସିଦ୍ଧ ଗାୟକ ବାପ୍ପୀ ଲହରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାପ୍ପୀ ଲହରୀଙ୍କ କରୋନା ସଂକ୍ରମିତ ହେବା ଖବର ପାଇବା ପରେ ତାଙ୍କର ପ୍ରଶଂସକ ମାନେ ତାଙ୍କର ଆରୋଗ୍ୟ କାମନା କରି ସୋସିଆଲ ମିଡିଆେ ପୋଷ୍ଟ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବାପ୍ପୀଙ୍କ ପରିବାର ଅନୁରୋଧ କରିଛନ୍ତି କି କିଛିଦିନ ମଧ୍ୟରେ ବାପ୍ପୀଙ୍କ ସହ ମିଶିଥିବା ସମସ୍ତ ଲୋକ ତୁରନ୍ତ ସେମାନଙ୍କର କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ ।

ବାପ୍ପୀଙ୍କ ଝିଅ ରୀମା ଲହରୀ ବଂସଲ କହିଛନ୍ତି କି ‘ବାପା ଲଗାତର କୋଭିଡ୍ ଗାଇଡ ଲାଇନ ପାଳନ କରୁଥିଲେ । ସବୁପ୍ରକାର ସାବଧାନୀ ମାନୁଥିବା ବେଳେ ସେ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ଠାରେ କରୋନାର କିଛି ଲକ୍ଷଣ ଦେଖାଦେବା ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା, ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭତ୍ତି କରାଯାଇଛି । ’