କନକ ବ୍ୟୁରୋ: ଚାପୁଡ଼ା ପରେ ଚାପୁଡ଼ା । ସାର୍ଟ କଲର୍ ଭିଡ଼ି ଚୁଟିକୁ ଘୋଷାଡ଼ି ଗାଲରେ ଗାଲରେ ଠୋ...ଠା କରି ଜଣେ ଯୁବକକୁ ମାଡ଼ ପରେ ମାଡ଼ ମାରୁଛନ୍ତି ରାଗରେ ଜଳୁଥିବା ଏହି ଯୁବତୀ । ବିଚ୍ ରାସ୍ତାରେ ବଡ଼ ହଙ୍ଗାମାକୁ ଦେଖି କିଛି ସମୟ ତାଜୁବ୍ ହୋଇଗଲେ ଲୋକେ, କେହି କିଛି ବୁଝିବା ପୂର୍ବରୁ ଯୁବତୀ ଜଣକ ଯୁବକଙ୍କୁ ଆଖିବୁଜା ମାଡ଼ ମାରିଚାଲିଲେ...

Advertisment

ଏଭଳି ଭିଡ଼ିଓ ଯିଏ କେହି ବି ଦେଖିବ, ତା’ ମନରେ ପ୍ରଥମ ପ୍ରଶ୍ନ ଉଙ୍କି ମାରିବ ଯେ, ନିଆଁ ନଥିଲେ ଧୂଆଁ ଉଠିବ କ’ଣ ପାଇଁ? କିଛି ନା କିଛି କାରଣ ଥିବ ନିଶ୍ଚୟ, ବିନା କାରଣରେ ଯୁବତୀ ଜଣକ ଯୁବକଙ୍କୁ କାହିଁକି ମାରୁଛନ୍ତି? ହେଲେ ସିସିଟିଭିର ସତକୁ ଆପଣ ଟିକେ ଭଲ କରି ଦେଖିଲେ ଜାଣିପାରିବେ ଘଟଣାର ପୂରା କାହାଣୀ ।

ଭିଡ଼ିଓରେ ଜଣେ ଯୁବତୀ ଗାଡ଼ି ଚାଲୁଥିବା ସମୟରେ ରାସ୍ତା ପାରି ହେଉଛନ୍ତି । ହଠାତ୍ ଗୋଟେ କ୍ୟାବ୍ ସାମ୍ନାକୁ ଚାଲିଆସିଲେ ଆଉ ତା’ ପରେ ଜଣେ କ୍ୟାବ୍ ଡ୍ରାଇଭର ଯୁବତୀଙ୍କୁ ଦେଖି ଗାଡ଼ିର ବ୍ରେକ୍ ମାରିଦେଲେ । ବାସ୍ ମାଡ଼ାମଙ୍କ ମୁଣ୍ଡ ବିଗିଡ଼ିଗଲା, କ୍ୟାବ୍ ଡ୍ରାଇଭରଙ୍କୁ ଗାଡ଼ିରୁ ଘୋଷାଡ଼ି, କଲରକୁ ଭିଡ଼ି ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଲେ ଯୁବତୀ । ପୋଲିସର ଉପସ୍ଥିତିରେ ଅଧଘଣ୍ଟା ଯାଏଁ ମଝି ରାସ୍ତାରେ ମାଡାମଙ୍କ ମହାଡ୍ରାମା ଦେଖି ଲୋକେ ବି ପ୍ରତିବାଦ କଲେ ହେଲେ ମାଡାମ୍ ବୁଝିବା ତ ଦୂରର କଥା କ୍ୟାବ୍ ଡ୍ରାଇଭରଙ୍କ ମୋବାଇଲକୁ ଭାଙ୍ଗି ଗୁଣ୍ଡ କରିଦେଲେ ।

ଉତ୍ତରପ୍ରଦେଶ ଲକ୍ଷେ୍ନ÷ା ଆୱଧ ଟ୍ରାଫିକ ଛକର ସିସିଟିଭି ଫୁଟେଜ୍, ଭିଡ଼ିଓ ଏବଂ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ । ଯୁବତୀ ଜଣକ କାନରେ ଇୟର ଫୋନ ଦେଇଥିଲେ, ଟ୍ରାଫିକ୍ ରୋକିଥିବା ସମୟରେ ଚଳନ୍ତା ଗାଡ଼ି ସାମ୍ନାକୁ ନିଜେ ଚାଲି ଆସିଲେ, ଏପରିକି ମାଡାମ୍ ଜଣକଙ୍କୁ ଟ୍ରାଫିକ୍ର ନାଲିବତୀ ବି ଦେଖାଗଲାନି ଓଲଟି କ୍ୟାବ୍ ଡ୍ରାଇଭରଙ୍କୁ ଚୋରି ଉପରେ ସିନା ଜୋରି ଭଳିି ପିଟି ଚାଲିଲେ । ଝିଅ ବୋଲି କ୍ୟାବ୍ ଡ୍ରାଇଭର ଜଣକ ଖାଲି ମାଡାମ୍ କାହିଁକି ମାରୁଛନ୍ତି ବୋଲି ପ୍ରଶ୍ନ କରୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଏବେ ସୋସିଆଲ ମିଡ଼ିଆରେ ହ୍ୟାଜଟ୍ୟାଗ୍ ‘ଆରେଷ୍ଟ ଲକ୍ଷେ୍ନ÷ା ଗର୍ଲ’ ଟ୍ରେଣ୍ଡ କରିବାରେ ଲାଗିଛି ।

ଏଠି ପ୍ରଶ୍ନ ଉଠୁଛି, ଭୁଲ କାହାର? ଯୁବତୀ ଜଣକ କାନରେ ଇୟର ଫୋନ୍ ଦେଇ ରାସ୍ତା ପାର୍ ହେବା ଭୁଲ ନୁହେଁ କି? ଟ୍ରାଫିକ୍ ନିୟମକୁ ଭାଙ୍ଗି, ଗାଡ଼ି ଚାଲୁଥିବା ସମୟରେ ରାସ୍ତା ପାରି ହେବା କେତେଦୂର ଠିକ୍? ନିଜ ଭୁଲ ଥାଇ ଝିଅ ବୋଲି ନିର୍ଦ୍ଦୟ ଭାବେ ଜଣେ ଡ୍ରାଇଭରକୁ ମାଡ଼ ମାରିବାଟା କ’ଣ ବାହାଦୂରୀ କି? ଝିଅ ପିଲା ବୋଲି ସହାନଭୁତିର ସାହାରା ନେଇ ବିନା କୌଣସି ଦୋଷରେ କ୍ୟାବ୍ ଡ୍ରାଇଭରଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିବା ଗ୍ରହଣୀୟ କି? ଭାଙ୍ଗିଯାଇଥିବା ମୋବାଇଲ ସିନା ଆଉଥରେ ସଜାଡି ହୋଇଯିବ, ହେଲେ ବିନା କାରଣରେ ସୋସିଆଲ ମିଡ଼ିଆରେ ଇଜ୍ଜତ ହରାଇଥିବା ଡ୍ରାଇଭରଙ୍କ ସମ୍ନାନକୁ ଫେରାଇ ପାରିବେ କି ମାଡାମ୍? ଆଜିର ଶିକ୍ଷିତ ସମାଜ ହୁଏତ ଏମିତି କିଛି ପ୍ରଶ୍ନ ନିଜ ମନକୁ ପଚାରୁ ଥିବ । ହେଲେ ଯେମିତି ଧନୂରୁ ତୀର ଥରେ ବାହାରି ଗଲେ ଫେରିବନି ଠିକ୍ ସେମିତି କ୍ୟାବ୍ ଡ୍ରାଇଭରଙ୍କ କ୍ୟାରିୟରେ ମ୍ୟାଡାମ୍ ଲଗାଇଥିବା ମାଡ଼ର ଦାଗ କ’ଣ ଲିଭିଯିବ କି?