ବାଧିଲାଣି ମହଙ୍ଗା ମାଡ଼ : ପ୍ରେଟୋଲ ଓ ଡିଜେଲ ଦର ବୃଦ୍ଧି ପରେ ବଢିଲା ଗ୍ୟାସ ଦର

290

କନକ ବ୍ୟୁରୋ : ବାଧିଲାଣି ମହଙ୍ଗା ମାଡ଼ । ପ୍ରେଟୋଲ ଓ ଡିଜେଲ ଦର ଲଗାତର ବୃଦ୍ଧି ପାଉଥିବା ବେଳେ ଆଜି ବଢିଛି ଗ୍ୟାସ୍ ଦର । ଅଣସବସିଡି ଗ୍ୟାସ୍ ଦର ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଅଣସବସିଡି ଗ୍ୟାସ୍ ୨୬୮ ଟଙ୍କା ବଢିଛି । ୧୯ କିଲୋ ସିଲିଣ୍ଡର ପୂର୍ବରୁ ୧୮୩୨ ଟଙ୍କା ଥିବା ବେଳେ ଏବେ ୨୧୦୦ ଟଙ୍କାରେ କିଣିବାକୁ ପଡ଼ିବ । ରାଜଧାନୀ ଦିଲ୍ଲୀରେ ଅଣସବସିଡି ଗ୍ୟାସ୍ ଦର ୨୬୬ ଟଙ୍କା ବଢିଛି । ଦିଲ୍ଲୀରେ ଅଣସବସିଡି ଗ୍ୟାସ୍ ଦର ୨ ହଜାର ଟଙ୍କା ୫୦ ପଇସାରେ ପହଂଚିଛି । ପୂର୍ବରୁ ଦିଲ୍ଲୀରେ ଏହି ଦର ଥିଲା ୧୭୩୪ ଟଙ୍କା । ଗ୍ୟାସ୍ ଦର ପୁଣି ବଢିଥିବାରୁ ଏବେ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ସେହିପରି, ମୁମ୍ବାଇରେ ୧୯ କିଲୋ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୧,୯୫୦ ଟଙ୍କା, କୋଲ୍‌କାତାରେ ୨,୦୭୩.୫୦ ଟଙ୍କା ଏବଂ ଚେନ୍ନାଇରେ ୨,୧୩୩ ଟଙ୍କା ରହିଛି । ଆଶ୍ୱସ୍ତିର କଥା ଯେ, ପେଟ୍ରୋଲିୟମ୍‌ କମ୍ପାନିମାନେ ଘରେ ରୋଷେଇ ପାଇଁ ବ୍ୟବହୃତ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ମୂଲ୍ୟ ଅପରିବର୍ତ୍ତିତ ରଖିଛନ୍ତି । ସ୍ମରଣଯୋଗ୍ୟ, ପୂର୍ବରୁ ଅକ୍ଟୋବର ୬ ତାରିଖରେ ପେଟ୍ରୋଲିୟମ୍‌ କମ୍ପାନି ସବୁ ଉପରୋକ୍ତ ସିଲିଣ୍ଡର୍‌ ଦର ୧୫ ଟଙ୍କା ବୃଦ୍ଧି କରିଥିଲେ । ସେହି ଅନୁସାରେ, ସମ୍ପ୍ରତି ଦିଲ୍ଲୀରେ ୧୪.୨ କେଜି ଓଜନବିଶିଷ୍ଟ ଘରୋଇ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ୮୯୯.୫୦ ହୋଇଥିବା ବେଳେ ୫ କେଜି ସିଲିଣ୍ଡର୍‌ର ମୂଲ୍ୟ ରହିଛି ୫୦୨ ଟଙ୍କା ।