ରୋଷେଇଶାଳରେ ମହଙ୍ଗା ମାଡ, ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦାମ

236

କନକ ବ୍ୟୁରୋ : ପୁଣିଥରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରାଯାଇଛି । ତୈଳ କମ୍ପାନୀମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏବେ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇଛି ।
ଜୁନ ମାସରେ ଦିଲ୍ଲୀରେ ୧୪ ଲିଟର ଗ୍ୟାସ ସିଲିଣ୍ଡରର ଦାମ ୮୦୯ ଟଙ୍କା ଥିଲା, ଯାହାକି ଜୁଲାଇ ମାସରେ ବୃଦ୍ଧି ପାଇ ୮୩୪ ଟଙ୍କାରେ ପହଂଚିଥିଲା । ଯଦି ଚଳିତ ବର୍ଷ ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ବୃଦ୍ଧିକୁ ନଜର କରାଯିବ ତେବେ ମୋଟ ୧୬୫ ଟଙ୍କା ବୃଦ୍ଧି ପାଇଛି ।

ଏହି ଦରବୃଦ୍ଧି ପରେ କୋଲକତାରେ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ ୮୮୯ ଟଙ୍କା ରହିଛି, ମୁମ୍ବାଇରେ ୮୫୯.୫୦ ଓ ଲକ୍ଷ୍ନୌରେ ୮୯୭.୫ ଟଙ୍କା ରହିଛି ।

କହିରଖୁ କି, ତୈଳ କମ୍ପାନୀମାନେ ପ୍ରତ୍ୟେକମାସ ଏଲପିଜି ସିଲିଣ୍ଡରର ଦାମ ଉପରେ ସମୀକ୍ଷା କରି ଦାମ ବୃଦ୍ଧି ଓ ହ୍ରାସ ନେଇ ନିଷ୍ପତ୍ତି ନେଉଛନ୍ତି । ପ୍ରତି ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା ଥିବାରୁ ବିଭିନ୍ନ ରାଜ୍ୟରେ ଏହାର ଦାମ ଅଲଗା ଅଲଗା ରହିଛି ।