ଦଶହରା ବଜାରରେ ପରଦାକୁ ଆସୁଛି “ଲଭ୍ ପାଇଁ କୁଛ୍ ଭି କରେଗା’’

ଦଶହରା ବଜାରରେ ପରଦାକୁ ଆସୁଛି “ଲଭ୍ ପାଇଁ କୁଛ୍ ଭି କରେଗା’’

ତରଙ୍ଗ ପ୍ରଡକ୍ସନର ଷଷ୍ଠ ଅବନାଦ ହେଲା “ଲଭ୍ ପାଇଁ କୁଛ୍ ଭି କରେଗା’’। ଫିଲ୍ମର ମୁଖ୍ୟ ଭୂମିକାରେ ଚକଲେଟ୍ ବୟ ବାବୁସାନ ଏବଂ ନବାଗତ ନାୟିକା ସୁପ୍ରିୟାଙ୍କୁ ଦେଖିବାକୁ ମିଳିବ । ଏହି ମୁଭି ଓଡିଆ, ଇଂରାଜୀ, ଏବଂ ହିନ୍ଦୀ ଭାଷାରେ ନିର୍ମାଣ ହେଉଛି । ପ୍ରେମ ପାଇଁ କୈାଣସି ବି ପରିସ୍ଥିତିରେ କିଛି ବି କରିଯିବା ଉପରେ ଫିଲ୍ମଟି ପର୍ଯ୍ୟବେସିତ ହୋଇଛି । ୟଙ୍ଗ ଷ୍ଟାରଙ୍କୁ ମୁଭିଟି ଆଟ୍ରାକ୍ଟ କରିବ ବୋଲି ପ୍ରଡକ୍ସନ ହାଉସ ଆଶା ରଖିଛି । ଫିଲ୍ମଟିର ନିର୍ଦେଶନା ଦେଇଛନ୍ତି ରିନାଉଣ୍ଡ ଡାଇରେକ୍ଟର ଅଶୋକ ପତି, ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ପୂଜା ବଜାରରେ ଏହି ଫିଲ୍ମଟି ପରଦାକୁ ଆସିବା ପାଇଁ ସଜବାଜ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe