ସୈତାନ ଚୀନ୍ ଗାଲରେ ଭାରତ ଏମିତି ଚାପୁଡା ମାରିଛି, ଚୀନ୍ ନା ସହିପାରୁଛି ନା କହିପାରୁଛି । ଭାରତରେ ଚାଇନା ଆପ୍ ବ୍ୟାନ୍ ହେବା ପରେ ବଢୁଛି ଚୀନର କ୍ଷତି, ଭାରତର ନିଷ୍ପତ୍ତିକୁ ବେଆଇନ୍ କହିଲା ଚୀନ୍ । 

970

କନକ ବ୍ୟୁରୋ : ଚୀନ୍ ଗାଲରେ ଶକ୍ତ ଚାପୁଡା । ଷଡଯନ୍ତ୍ରକାରୀ ସୈତାନ ଚୀନ ଠିକ୍ ପାନେ ପାଇଛି । ଚୀନ୍ ଛାତିରେ ଭାରତ ଏମିତି ଜଖମ ଭରିଛି, ଚୀନ୍ ନା କାହାକୁ କହିପାରୁଛି, ନା ସହିପାରୁଛି । ଶତାଧିକ ଚାଇନା ଆପ୍ ଉପରେ ଭାରତ ସରକାର ବ୍ୟାନ୍ ଲଗାଇବା ପରେ ବଡ ଧରଣର କ୍ଷତି ସହିଛନ୍ତି ଚାଇନା କମ୍ପାନୀ । ଆଉ ଭାରତ ନିଷ୍ପତି ପରେ ଔଷଧ ବିକଳରେ ତାଟିଆ କାମୁଡୁଛି ଚୀନ୍ ।

ଗତବର୍ଷ ଚାଇନା ଆପ୍ ଉପରେ ଭାରତ ସରକାର ଲଗାଇଥିବା ନିଷେଧାଜ୍ଞାକୁ ବିରୋଧ କରିଛନ୍ତି ଚୀନ୍ ସରକାର । ଏହା ବିଶ୍ୱ ବାଣିଜ୍ୟ ସଂଗଠନ ନିୟମର ଉଲ୍ଲଂଘନ ବୋଲି କହିଛି ଚୀନ୍ । ଭାରତ ସରକାରଙ୍କ ଏହି ନିଷ୍ପତି ଚୀନ୍ କମ୍ପାନିମାନଙ୍କୁ କ୍ଷତି ପହଂଚାଉଛି ବୋଲି ମଧ୍ୟ କହିଛି ଚୀନ୍ ।

ନୂଆଦିଲ୍ଲୀରେ ଥିବା ଚୀନ୍ ଦୂତାବାସର ମୁଖପାତ୍ର ଜି ରୋଙ୍ଗ କହିଛନ୍ତି ଯେ, ଭାରତ ସରକାର ତୁରନ୍ତ ଏହି ପକ୍ଷପାତିତାପୂର୍ଣ୍ଣ ନିଷ୍ପତିକୁ ବଦଳାଇ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଖରାପ ହେବାରୁ ରକ୍ଷ କରନ୍ତୁ ।

ସୀମାରେ ଚୀନ୍ ସହ ବିବାଦ ପରେ ଗତବର୍ଷ ଜୁନ୍ ୨୯ ତାରିଖରେ ଚୀନର ୫୯ଟି ଆପ୍ ଉପରେ ବ୍ୟାନ୍ ଲଗାଇଥିଲେ ଭାରତ ସରକାର । ଆଉ ଏସବୁ ଆପ୍ ଗୁଡିକୁ ସ୍ଥାୟୀ ଭାବେ ନିଶିଦ୍ଧ କରିବାକୁ ନିଷ୍ପତି ନେଇଛନ୍ତି ଭାରତ ସରକାର । ଚୀନ୍ ଆପ୍ ଗୁଡିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗୁଇନ୍ଦା ସଂସ୍ଥା ଗୁଡିକ ସତର୍କତା ଜାରି କରିଥିଲେ । ତେଣୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଚାଇନା ଆପ୍ ଉପରେ ବ୍ୟାନ୍ ଲଗାଇଥିଲେ ଭାରତ ସରକାର ।

ଶାନ୍ତିରେ ବିଶ୍ୱାସ ରଖୁଥିବା ଭାରତ ଦରକାର ପଡିଲେ କଡା ଜବାବ ବି ଦେଇପାରେ । ଡିଜିଟାଲ୍ ଷ୍ଟ୍ରାଇକ୍ କରି ଚାଇନା ଗାଲରେ ଭାରତ ଯେଉଁ ଶକ୍ତ ଚାପୁଡା ମାରିଛି, ତାର କଷ୍ଟକୁ ସହିପାରୁନି ଚୀନ୍ । ଆଉ ଯେଉଁଥିପାଇଁ ଭାରତର ଏଭଳି କଡା ନିଷ୍ପତିକୁ ଚୀନ୍ ବେଆଇନ୍ ବୋଲି କହିଛି ।