ଧିରେ ଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ଆଜି ଶ୍ରୀଅଙ୍ଗରେ କରାଯିବ ଓସ ଲାଗି 

112

କନକ ବ୍ୟୁରୋ : ଅଣସର ପିଣ୍ଡିରେ ବିଶ୍ୱର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁ ଧିରେ ଧିରେ ସୁସ୍ଥ ହେଉଛନ୍ତି । ମହାପ୍ରଭୁଙ୍କ ଜ୍ୱର ଭଲ କରିବା ପାଇଁ ପଂଚମି ତିଥିରୁ ଦଇତାପତି ସେବକମାନେ ଫୁଲୁରୀ ତେଲକୁ ମାଲିସ କରୁଛନ୍ତି । ଆଜି ଷଷ୍ଠୀରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବିଭିନ୍ନ ଔଷଧିୟ ସାମଗ୍ରୀରେ ପ୍ରସ୍ତୁତ ଓସ୍ୱ ଲାଗି କରାଯିବ ।

ଅଣସର ସୁଦ୍ଧସୂଆର ସେବକମାନେ ଝୁଣାକୁ ବାଟି ସେଥିରେ ତେଲ, କର୍ପୁର ଆଦି ମିଶାଇ ଔଷଧ ପ୍ରସ୍ତୁତ କରାଯାଏ । ଏହି ଔଷଧକୁ ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି । ସେପଟେ ଘୋଷଯାତ୍ରା ଦିନ ପାଖେଇ ଆସୁଥିବାରୁ ରଥକାମ ଆଗେଇ ଚାଲିଛି । ସେବାୟତମାନେ ରାତିଦିନ ଏକ କରି ମହାପ୍ରଭୁଙ୍କ ରଥ ନିର୍ମାଣ କାମରେ ଲାଗିଛନ୍ତି ।