ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର: ଶନି ଓ ରବିବାର ବନ୍ଦ ରହିବ ଜଗା ଦର୍ଶନ : ଆସନ୍ତା ୨୪ତାରିଖରୁ ଲାଗୁ ହେବ ଏହି ନିୟମ

163

କନକ ବ୍ୟୁରୋ :  କରୋନାକୁ ନେଇ ବସିଛି ଛତିଶା ନିଯୋଗ ବୈଠକ ବସିଛି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେବି ସିଂ, ଛତିଶା ନିଯୋଗ ମହାନାୟକଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ସାମିଲ ହୋଇଥିଲେ । କରୋନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଏସଓପି ପରିବର୍ତନ ନେଇ ବୈଠକରେ ଆଲୋଚନା ହୋଇଛି ।

କୋଭିଡ ନେଗେଟିଭ ରିପୋର୍ଟ ଥିଲେ ଦର୍ଶନ ଅନୁମତି ଓ ମନ୍ଦିର ଭିତରେ ବାହାରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ସପ୍ତାହର ଶେଷ ଦୁଇ ଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରିବା ନେଇ ମଧ୍ୟ ଆଲୋଚନା ହୋଇଛି । ଆସନ୍ତା ୨୪ ତାରିଖରୁ ଲାଗୁ ହେବ ଏହି ନିୟମ । ଏହି ପ୍ରସଙ୍ଗରେ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିମାନଙ୍କ ଠାରୁ ମତାମତ ନିଆଯାଇଛି ।