ରୁଟିରେ ଜଗନ୍ନାଥଙ୍କ ଚିତ୍ର ଦେଖି ପୂଜା ଆରମ୍ଭ କରିଦେଲେ ଲୋକ । ଭାଇରାଲ ହେଲା ଭିଡିଓ, ଜାଣନ୍ତୁ କେଉଁଠି

128

କନକ ବ୍ୟୁରୋ: ରୁଟିରେ ଜଗନ୍ନାଥଙ୍କ ଅବିକଳ ଚିତ୍ର ? ଏଭଳି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଦେଖି ଭଗବାନଙ୍କ ଅବିର୍ଭାବର ବିଶ୍ୱାସ ଜାଗ୍ରତ ହେଉଥିବା ବେଳେ ବିଜ୍ଞାନ ଯୁଗରେ ଏଭଳି ଚମକ୍ରାରକୁ ସାଧାରଣରେ ଗ୍ରହଣ କରିପାରୁ ନାହାଁନ୍ତି ହେତୁବାଦୀ । ସୂଚନା ମୁତାବକ ଭାଇରାଲ ହେଉଥିବା ରୁଟି ଭିତରେ ପ୍ରଭୁ ଜଗନ୍ନାଥଙ୍କ ଅବିକଳ ଫଟୋ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ବୋଲି ଜଣାପଡିଛି । ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ମୂତାବକ ଭଗବାନଙ୍କ ଉପଲବ୍ଧି ଯେ କୌଣସି ଜିନିଷରେ ଉପସ୍ଥିତି ଅନୁଭବ କରିପାରିବା ଉକ୍ତି ପ୍ରମାଣିତ ହୋଇଛି ।

ସୂଚନା ମୁତାବକ ଉମରକୋଟର କଲାର ସାହିରେ ରହୁଥିବା ଦଶମ ଶ୍ରେଣୀର ଛାତ୍ରୀ ଶ୍ରୁତି ପାତ୍ର ଗତାକାଲି ତାଙ୍କ ବାପାଙ୍କ ପାଇଁ ରୁଟି ସେକୁଥିବାବେଳେ ଏହି ଏଭଳି କିଛି ଘଟିଥିଲା । ସେକୁଥିବା ରୁଟିରେ କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅବିକଳ ଚିତ୍ର ଦେଖି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଏହାପରେ ଧିରେ ଧିରେ ପଡୋଶୀ ଏବଂ ପରେ ସାରା ସହରରେ ଏହି ଖବର ପ୍ରଘଟ ହେବାରେ ଲାଗିଲା । କାଳିଆ ଠାକୁର ଆର୍ବିଭାବ ବିଶ୍ୱାସରେ ଲୋକମାନେ ନିଜ ଭକ୍ତିଭାବରେ ଶ୍ରୁତିଙ୍କ ଘରେ ଭିଡ ଲଗାଇଛନ୍ତି । ତେବେ ଏହାକୁ ଏକ ଅଲୌକିକ ଘଟଣା ମନେକରି ରୁଟିକୁ ପୂଜାର୍ଚ୍ଚନା କରୁଛନ୍ତି ଲୋକେ ।

ଅନ୍ୟପଟେ ଏଭଳି ଘଟଣାକୁ ବିଜ୍ଞାନ ଯୁଗରେ ଅନେକ ଲୋକ ସାଧାରଣରେ ଗ୍ରହଣ କରିପାରୁ ନାହଁନ୍ତି । କାରଣ ଏହା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଏଭଳି କିଛି ଘଟଣା ଘଟିଛି ଯାହାକୁ ଲୋକମାନେ ଭଗବାନଙ୍କ ଚମତ୍କାରର ବୋଲି ଗ୍ରହଣ କରିଛନ୍ତି । ଯେପରିକି ଗଛରୁ କ୍ଷୀର ବାହାରିବା, ଠାକୁରଙ୍କ ପ୍ରତିମୂର୍ତ୍ତି କ୍ଷୀର ପିଇବା, ଜହ୍ନରେ ସାଇବାବାଙ୍କ ଚିତ୍ର ଦେଖାଯିବା ଏପରିକି ଗତ କିଛିଦିନ ତଳେ ସିରିଡି ମନ୍ଦିରର ଦ୍ୱାରରେ ସାଇବାବାଙ୍କ ଚିତ୍ର ଦେଖାଯିବା ଭଳି ଘଟଣାକୁ ଲୋକମାନେ ଅଲୌକିକ ଘଟଣା କହି ଗ୍ରହଣ କରୁଛନ୍ତି । କିନ୍ତୁ ଏଭଳି ଘଟଣାକୁ ହେତୁବାଦୀ ମାନେ ଆଦୌ ଗ୍ରହଣ କରୁନାହାନ୍ତି । ଏପରିକି ବୈଜ୍ଞାନିକ ମାନେ ଏଭଳି ଅନେକ ଘଟଣାକୁ ବିଜ୍ଞାନ ସହିତ ସଂଯୁକ୍ତ କରି ପ୍ରକୃତ ଘଟଣା ଉପରୁ ପରଦା ଉଠାଇଛନ୍ତି । ତେବେ ଏଭଳି ଘଟଣା ପ୍ରକୃତରେ ଅଲୌକିକ ନାଁ ଏହା ସହ ମଧ୍ୟ ବିଜ୍ଞାନର ସର୍ମ୍ପକ ରହିଛି ତାହାର ସତ୍ୟତା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।କିନ୍ତୁ ଏହି ଘଟଣା ସହ ଧାର୍ମିକ ଭାବନା ଯୋଡି ହୋଇ ରହିଥିବାରୁ ଶହ ଶହ ଲୋକ ପୂଜାର୍ଚ୍ଚନା କରୁଛନ୍ତି ।