ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ସୁସ୍ଥ ହେବା ପରେ ହେଲା ବନକ ଲାଗି ନୀତି । ୩ଦିନ ଧରି ହେବେ ନବଯୌବନ

299

କନକ ବ୍ୟୁରୋ: ଅଣସର ଘର ଗୁପ୍ତ ସେବା ପାଇଁ ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ । ଶ୍ରୀମନ୍ଦିରରୁ ଫିଟିଲା ଅଣସର ତାଟି । ଆରମ୍ଭ ହେଲା ଶ୍ରୀବିଗ୍ରହଙ୍କ ନବଯୌବନ ଦର୍ଶନ । ଏହା ତିନି ଦିନ ଧରି ଚାଲିବ । ୨୦ ବର୍ଷ ପରେ ଏପରି ଏକ ଦୁର୍ଲଭ ସଂଯୋଗ ଆସିଛି । ତେବେ କରୋନା କଟକଣା ଯୋଗୁଁ ଶ୍ରୀକ୍ଷେତ୍ରରେ ଏହି ଅଲୌକିକ ଦର୍ଶନ କରିପାରିଲେ ନାହିଁ ଶ୍ରଦ୍ଧାଳୁ । ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଲେ, ହେଲେ ଏହି ବେଶ ଦର୍ଶନ କରିବାରୁ ବଂଚିତ ହେଲେ ଶ୍ରଦ୍ଧାଳୁ ।

କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା ହୋଇଛି । କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଚାଲିଛି । ତେଣୁ ଶ୍ରୀଜିଉଙ୍କ ନବଯୌବନ ବେଶ ଦର୍ଶନ କରି ପାରିଲେ ନାହିଁ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ୱାରା ସମ୍ମୁଖରୁ ପତିପାବନଙ୍କ ଦର୍ଶନ କରି ମନଦୁଃଖରେ ଫେରି ଯାଇଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ୨୦ ବର୍ଷ ପରେ ଚଳିତ ବର୍ଷ ୩ ଦିନ ଧରି ନବଯୌବନ ବେଶ ଦର୍ଶନର ସଂଯୋଗ ପଡିଛି । ତେଣୁ କରୋନା କଟକଣା ଭିତରେ ବଡ ଠାକୁରଙ୍କ ଏହି ବେଶ ଦର୍ଶନ କରିବା ପାଇଁ ସରକାର ଅନୁମତି ଦେବାକୁ ଶ୍ରଦ୍ଧାଳୁ ଅନୁରୋଧ କରିଛନ୍ତି । ସେପଟେ ରଥଯାତ୍ରା ପାଇଁ ଆଉ ମାତ୍ର ଦିନ କେଇଟା ବାକି ଥିବାରୁ ରଥ ନିର୍ମାଣ ଖୁବ୍ ଜୋରସୋରରେ ଚାଲିଛି ।