ସ୍ମାର୍ଟସିଟିର ସ୍ମାର୍ଟ ଚୋର ! ବରମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ବସ ଭିତରୁ ଯାତ୍ରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ୬ ଲକ୍ଷ ଟଙ୍କା

240

କନକ ବ୍ୟୁରୋ : ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଟ ନିକଟରୁ ଶନିବାର ଅପରାହ୍ନରେ ଜଣେ ଦୁର୍ବୃତ୍ତ ଯାତ୍ରୀଙ୍କ ଠାରୁ ୬ଲକ୍ଷ ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ଯାତ୍ରୀଙ୍କ ନାମ କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କୃଷ୍ଣଚନ୍ଦ୍ର ସାହୁ ବସ୍ ଯୋଗେ ବେଗୁନିଆରୁ ଆସିଥିଲେ। ସେ ବରମୁଣ୍ଡା ଦେଇ କଟକ ଯାଉଥିବା ବେଳେ ଏକ କଳାରଙ୍ଗର ପଲସରରେ ଦୁର୍ବୃତ୍ତ ଆସି ହଠାତ୍ କେହି କିଛି ବୁଝିବା ପୂର୍ବରୁ ବସ୍ ଭିତରୁ ଯାତ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ଠାରୁ ୬ଲକ୍ଷ ଟଙ୍କା ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ ହେଁ ସେମାନେ ଚମ୍ପଟ ମାରି ଚାଲି ଯାଇଥିଲେ। କୃଷ୍ଣଚନ୍ଦ୍ର ସାହୁ ପେସାରେ ହେଉଛନ୍ତି ଜଣେ ବ୍ୟବସାୟୀ। ଏହି ଲୁଟ ପରେ ସେ ଖଣ୍ଡଗିରି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି।