ରାଜଧାନୀରେ ଆତଙ୍କ ! ଦିନ ଦ୍ୱିପ୍ରହରରେ ମେଡିସିନ୍ ଦୋକାନରୁ ଟଙ୍କା ଲୁଟିନେଲେ ଲୁଟେରା

143

କନକ ବ୍ୟୁରୋ : ରାଜଧାନୀରେ ଅଭିନବ ଉପାୟରେ ଲୁଟ୍ । ଔଷଧ ଦୋକାନରୁ ମେଡ଼ିସିନ୍ କିଣିବା ବାହାନାରେ ଲୁଟିନେଲେ ୪୯ ହଜାର ଟଙ୍କା । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଔଷଧ ଦୋକାନୀ । ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ମେଡ଼ିସିନ୍ ଷ୍ଟୋରରୁ ଲୁଟ୍ କରିଛନ୍ତି ଦୁର୍ବୃତ । ଦିନ ବେଳେ ଦୋକାନୀଙ୍କ ଆଖିରେ ଧୂଳି ଦେଇ ୩ ଜଣ ଲୁଟେରା ଏଭଳି ଲୁଟ୍ କରିଛନ୍ତି । ସମସ୍ତ ଘଟଣା ଔଷଧ ଦୋକାନରେ ଲାଗିଥିବା ସିସିଟିଭରେ କଏଦ ହୋଇଛି । ସିସିଟିଭ ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି ପୋଲିସ ।
ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଦିନ ଦ୍ୱିପ୍ରହରେ ଛୁରାମାଡ ହେଉଛି, ବୋମା ଫୁଟୁଛି, ଗୁଳି ଫୁଟୁଛି, ଲୁଟ ବି ହେଉଛି । ଯାହାକୁ ନେଇ ଲୋକେ ନିଜକୁ ଆଉ ସୁରକ୍ଷିତ ବୋଲି ଭାବୁନାହାନ୍ତି । ପୋଲିସ ପ୍ରଶାସନ ରାଜଧାନୀକୁ ଅପରାଧ ମୁକ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ବି ଅପରାଧ କମୁନି । ଅନ୍ୟପଟେ ରାଜଧାନୀରେ ଅପରାଧ ବଢୁଥିବା ଦେଖି ଭୟଭିତ ହେଉଛନ୍ତି ଲୋକେ । ତେଣୁ ପୋଲିସକୁ ଏହି ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ ରହିଛି